Latest Odisha News

BREAKING NEWS

ପୁଣି ବଢିଲା ଆଧାର କାର୍ଡ ଅପଡେଟ୍‌ ସମୟସୀମା, ଜାଣନ୍ତୁ କିପରି କରିବେ ଅପଡେଟ୍‌

ଭୁବନେଶ୍ୱର: ବୃଦ୍ଧି ପାଇଲା ଆଧାରକାର୍ଡର ଅପଡେଟ୍‌ ପାଇଁ ସମୟସୀମା । ଯେଉଁ ନାଗରିକଙ୍କ ଆଧାରକୁ ୧୦ ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ହୋଇଯାଇଛି ସେମାନେ ନିଃଶୁଳ୍କ ଆଧାର ଅପଡେଟ୍‌ କରିପାରିବେ । ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୧୪ ରେ ଶେଷ ହୋଇଥିବାବେଳେ ବର୍ତ୍ତମାନ ଏହାର ସମୟ ସୀମାକୁ ବୃଦ୍ଧି କରାଯାଇ ଜୁନ୍ ୧୪ ପର୍ଯ୍ୟନ୍ତ କରାଯାଇଛି । ଏନେଇ ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ର ପକ୍ଷରୁ ସୂଚନା ପ୍ରକାଶ ପାଇଛି ।

BjdElectrycity

ତେବେ ଯେଉଁମାନେ ଜୁନ ୧୪ ସୁଦ୍ଧା ଅନଲାଇନ୍‌ ରେ ଅପଡେଟ କରିବେ ସେମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ଏହି ମାଗଣା ସେବା କେବଳ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ https://uidai.gov.in/ ଲଗ୍‌ଇନ୍‌ କରିବାକୁ ପଡ଼ିବ । ମାତ୍ର ଆଧାର କେନ୍ଦ୍ର ଯାଇ ସୂଚନା ଅପଡେଟ୍‌ କରିବେ ତେବେ ଆପଣଙ୍କୁ ଏଥିପାଇଁ ୫୦ ଟଙ୍କା ଦେବାକୁ ପଡ଼ିବ ।

କିପରି କରିବେ ଅପଡେଟ୍…
ପ୍ରଥମେ ୟୁଆଇଡିଏଆଇ ର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଆନ୍ତୁ । ଏହାପରେ ଅପଡେଟ୍ ମାଇଁ ଆଧାର ଅପସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ‘ଅପଡେଟ୍ ଡେମୋକ୍ରାଟିକ୍ ଡାଟା ଅନଲାଇନ’ ଚୟନ କରି ପ୍ରୋସିଡ୍ ଟୁ ଆଧାର ଅପସନ ଉପରେ କ୍ଲିକ କରନ୍ତୁ ।

ଆପଣଙ୍କର ଆଧାର କାର୍ଡ ନମ୍ବର ଦେବା ପରେ କ୍ୟାପଚା ଭେରିଫିକେସନ୍‌ କରନ୍ତୁ । ନୂଆ ତଥ୍ୟ ଦେଇ ସଠିକ୍‌ ପ୍ରମାଣପତ୍ରର ସ୍କାନ୍‌ କପି ଅପ୍‌ଲୋଡ୍‌ କରନ୍ତୁ ଓ ଏହା ସଠିକ୍‌ କି ନାହିଁ ଅପଲୋଡ୍‌ ପୂର୍ବରୁ ଯାଞ୍ଚ କରି ନିଅନ୍ତୁ । ଏହାପରେ ଆଧାର ନମ୍ବର ଏବଂ ପଞ୍ଜୀକୃତ ମୋବାଇଲ ନମ୍ବରରେ ପ୍ରାପ୍ତ ଓଟିପି ଦିଅନ୍ତୁ ।

ଏହି ପ୍ରକ୍ରିୟାରେ ଏକ ମିଳିଥିବା ଏସଆରଏନ୍‌ ନମ୍ବର ଟ୍ରାକିଂ ପାଇଁ ରଖିବା ଆବଶ୍ୟକ । ଆଧାର ଅପଡେଟ୍‌ ସମ୍ପର୍କିତ ସୂଚନା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମିଳିବ ।

Leave A Reply

Your email address will not be published.