Latest Odisha News

BREAKING NEWS

୨୩ ବର୍ଷରୁ କମ ବିଶ୍ୱ ହ୍ୱିଲଚେୟାର ଫେନ୍ସିଂ: ପବିତ୍ର ସାହୁ ଜିତିଲେ ରୌପ୍ୟ

ଭୁବନେଶ୍ୱର: ଥାଇଲାଣ୍ଡର ନାଖନ ରାଚସିମାରେ ଅନୁଷ୍ଠିତ ୨୩ ବର୍ଷରୁ କମ ବିଶ୍ୱ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିୟନଶିପରେ ଓଡିଶାର ପବିତ୍ର ସାହୁ ରୌପ୍ୟ ପଦକ ହାସଲ କରିଛନ୍ତି । ଅସୀଚାଳନାରେ ତାଙ୍କର ଏହି ସଫଳତା ରାଜ୍ୟ ଏବଂ ଦେଶକୁ ଗୌରବାନ୍ୱିତ କରିଛି । ଜର୍ମାନୀର କ୍ଲେମେନ୍ସ କର୍ସିଫେନ ସ୍ୱର୍ଣ୍ଣ ଏବଂ ବ୍ରାଜିଲର କେଭିନ ଡାମେସେନୋ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭଲ ପ୍ରଦର୍ଶନ ସତ୍ୱେ ଫାଇନାଲରେ ସେ ସାମାନ୍ୟ ଟେକ୍ନିକାଲ ତ୍ରୁଟି କରିବା ଯୋଗୁ ୧୪-୧୫ରେ ହାରି ଯାଇଥିଲେ । ଏକଦା ସେ ୧୩-୯ରେ ଅଗ୍ରଣୀ ମଧ୍ୟ ଥିଲେ । ଭାରତ ପକ୍ଷରୁ ସେ ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ । ପୁଲ ଏର ସମସ୍ତ ୪ଟି ଯାକ ମୁକାବିଲାରେ ସେ ବିଜୟୀ ହୋଇଥିଲେ ।

ଢ଼େଙ୍କାନାଳର ଏହି ଉଦୀୟମାନ ଆଥଲେଟ ସେମିଫାଇନାଲରେ ଶ୍ରେଷ୍ଠ ପ୍ରଦର୍ଶନ କରି ଥାଇଲାଣ୍ଡ ପ୍ରତିଯୋଗୀଙ୍କୁ ୧୫-୫ରେ ହରାଇଥିଲେ । ବିଜେବି ଅଟୋନୋମସ କଲେଜର ଏହି ଛାତ୍ର କୋଏମ୍ବେଟୁରରେ ଅନୁଷ୍ଠିତ ଜାତୀୟ ଫେନ୍ସିଂ ଚାମ୍ପିୟନଶିପରେ ୧୦ ପଦକ ଜିତି ଉପରୋକ୍ତ ଚାମ୍ପିୟନଶିପ ପାଇଁ ଯୋଗ୍ୟତା ହାସଲ କରିଥିଲେ ।

Leave A Reply

Your email address will not be published.