Latest Odisha News

ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷିବ; ଖୋର୍ଦ୍ଧା, ପୁରୀ ଏବଂ କଟକକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଓଡ଼ିଶାରେ ଶନିବାରଠାରୁ ବୃଷ୍ଟିପାତର ତୀବ୍ରତା ବଢ଼ିବା ଆଶଙ୍କା କରାଯାଉଛି । ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

BjdElectrycity

ଆଜି ଏବଂ ଆସନ୍ତାକାଲି ଓଡିଶାର କିଛି ଅଂଶରେ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଗଣମାଧ୍ୟମକୁ କହିଛନ୍ତି ।

ଲଘୁଚାପ ଗଠନ ପ୍ରଭାବରେ ଅଗଷ୍ଟ ୧୩ ଏବଂ ଅଗଷ୍ଟ ୧୪ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସମସ୍ତ ୩୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଆକଳନ କରାଯାଇଛି ।  ଯାହା ପରେ ବର୍ଷାର ତୀବ୍ରତା ହ୍ରାସ ହେବ ।

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗଷ୍ଟ ୧୩ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଏହି ସମୟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଗଜପତି, ଢ଼େଙ୍କାନାଳ, ବୌଦ୍ଧ, ଅନୁଗୁଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୋନପୁର, ସମ୍ବଲପୁର ଏବଂ ବଲାଙ୍ଗୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି ।

ଅଗଷ୍ଟ ୧୪ରେ, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳନ, କଳାହାଣ୍ଡି, ଅନୁଗୁଳ, ଢ଼େଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଦେବଗଡ଼ରେ ଗୋଟିଏ ଗୋଟିଏ ସ୍ଥାନରେ ପ୍ରବଳ ବର୍ଷା (୭ ରୁ ୨୦ ସେମି) ହେବାର ପୂର୍ବାନୁମାନ କରାଯାଇଛି ।

ସେହିପରି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ପୂର୍ବାନୁମାନ କରାଯାଇଛି । ସେଗୁଡ଼ିକ ହେଉଛି – ସୁନ୍ଦରଗଡ, ଝାରସୁଗୁଡ଼ା, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟାଗଡ଼ା, ନବରଙ୍ଗପୁର ।

ଆସନ୍ତା ୧୩ ତାରିଖରେ ଏକ ନୂଆ ଲଘୁଚାପ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇ ଏହା ତୀବ୍ର ହେବ ଏବଂ ଏହା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.