Latest Odisha News

BREAKING NEWS

ଗଞ୍ଜାମରେ ୧୫୦ଟି ସ୍ମାର୍ଟ ହାଇସ୍କୁଲରେ ସୌରଚାଳିତ ଇନଭର୍ଟର ସ୍ଥାପନ ପାଇଁ ଚୁକ୍ତିନାମା

ବ୍ରହ୍ମପୁର: ଗୁଣାତ୍ମକ ଶିକ୍ଷାର ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ମାଧ୍ୟମରେ ଶିକ୍ଷାର ଅଭିବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୬୬ଟି ହାଇସ୍କୁଲ ‘ସ୍ମାର୍ଟସ୍କୁଲ’ରେ ପରିଣତ ହୋଇସାରିଛି ।

ସେଥିମଧ୍ୟରୁ ୧୫୦ଟି ସ୍ମାର୍ଟ ସ୍କୁଲରେ ସୌର ଚାଳିତ ଇନଭର୍ଟର ସ୍ଥାପନ କରିବା ପାଇଁ Indian Rare Earths Limited(ଆଇଆରଇଏଲ୍) ଏବଂ ଗଞ୍ଜାମ ଜିଲା ପ୍ରଶାସନ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି।

‘ମୋ ସ୍କୁଲ’ ଅଭିଯାନରେ ଆଇଆରଇଏଲ୍ ୧ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ୨ କିଲୋୱାଟ ସୌରଚାଳିତ ଇନଭର୍ଟର ୧୫୦ଟି ହାଇସ୍କୁଲରେ ସ୍ଥାପନ କରିବ । ଏଥିଲାଗି ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହ ଆଇଆରଇଏଲ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ.ଜନାର୍ଥନନ୍ ଏକ ଚୁକ୍ତିନାମା ପତ୍ର ସାକ୍ଷର କରିଛନ୍ତି।

ଆଇଆରଇଏଲ୍ ଏଭଳି ସହଯୋଗ ପାଇଁ ଗଞ୍ଜାମ ଜିଲାପାଳ ପରିଡ଼ା ଜିଲା ପ୍ରଶାସନ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ।

ଏହି ଅଵସରରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ(ଇଓ) ଭୀ.କୀର୍ତ୍ତି ଭାସନ୍, ବ୍ରହ୍ମପୁର ମହାନଗର ନିଗମ କମିସନର ଜେ.ସୋନାଲ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା, ଜିଲା ଶିକ୍ଷାଧିକାରୀ ବିନିତା ସେନାପତି, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଏବଂ ଆଇଆରଇଏଲ କର୍ତୃପକ୍ଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.