Latest Odisha News

BREAKING NEWS

ବିଦେଶୀ ଉପହାର ଦେବାକୁ କହି ଠକିଲେ ୩୦ ଲକ୍ଷ; ନାଇଜେରିଆ ଯୁବକ ଗିରଫ

ବାଲେଶ୍ୱର: ଗୁରୁବାର ଓଡ଼ିଶା ପୋଲିସର ସାଇବର ଶାଖା ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ନାଇଜେରିଆ ଯୁବକକୁ ଗିରଫ କରିଛି । ସୋସିଆଲ ମିଡ଼ିଆରେ ବନ୍ଧୁତା କରି ଦାମୀ ଉପହାର ଦେବା ଆଳରେ ବାଲେଶ୍ୱରର ବାଲିଆ ସ୍ଥିତ ଜଣେ ଯୁବକଙ୍କୁ ଠାରୁ ୩୦ ଲକ୍ଷ ଟଙ୍କାର ଠକେଇ ହୋଇଛି ।

ପୋଲିସ ଇନସ୍ପେକ୍ଟର ମୀନା ବିନ୍ଧାଣି କହନ୍ତି- ଫେସବୁକରେ ବାଲେଶ୍ୱରର ଏହି ଯୁବକ ଇଂଲଣ୍ଡରେ ରହୁଥିବା ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ । ବନ୍ଧୁତା ଆଗକୁ ବଢ଼ିବା ପରେ ଇଲଣ୍ଡରେ ଥିବା ମହିଳା ଜଣକ ବାଲେଶ୍ୱର ଯୁବକଙ୍କୁ ଉପହାର ଦେବାକୁ ଚାହୁଁଥିଲେ ।

କିଛି ସୁନା ବିସ୍କୁଟ, ରୋଲେକ୍ସ ଘଣ୍ଟା ଏବଂ ଗୋଟିଏ ଆଇଫୋନ୍ ପଠାଇଛନ୍ତି ବୋଲି ଯୁବକଙ୍କୁ ତାଙ୍କୁ ମହିଳା ବନ୍ଧୁ କହିଥିଲେ । ହେଲେ ଏହା ଏୟାରପୋର୍ଟରେ ଅଟକି ଯାଇଥିଲା । ଜଣେ ବ୍ୟକ୍ତି ନିଜକୁ କଷ୍ଟମ ଅଫିସର ପରିଚୟ ଦେଇ ଆସିଥିବା ଉପହାର ପାଇଁ ଡ୍ୟୁଟି ଫି ଦେବାକୁ କହି ଉପହାର ନେଇଯିବାକୁ କହିଥିଲେ ।

ଏହା ପରେ ଅଭିଯୋଗକାରୀ ଜଣକ ଲକ୍ଷ ପରେ ଲକ୍ଷ ଟଙ୍କା ଦେଇ ଚାଲିଲେ । ସେ ଠକେଇର ଶିକାର ହୋଇଛନ୍ତି ବୋଲି ବିଳମ୍ବରେ ଜାଣିବାକୁ ପାଇଥିଲେ । ସେତେବେଳକୁ ପ୍ରାୟ ୩୦ ଲକ୍ଷ ଟଙ୍କା ତାଙ୍କର ଅଭିଯୁକ୍ତ ନେଇ ଯାଇଥିଲେ ।

Leave A Reply

Your email address will not be published.