Latest Odisha News

BREAKING NEWS

ଫଡନଭିସଙ୍କ ଅଣ୍ଡରୱାର୍ଲ୍ଡ କନେକ୍ସନ ଟାର୍ଗେଟ ପରେ ମଲିକ କହିଲେ କାଲି ପଡିବ ହାଇଡ୍ରୋଜେନ ବୋମା

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ନେତମାନେ ନିଜ ନିଜ ଦୁର୍ବଳତା ପଦାରେ ପକାଇବା ଆରମ୍ଭ କରିଛନ୍ତି । ଡ୍ରଗ୍ସ କେସରେ ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଗିରଫ ହେବା ପରେ ନୱାବ ମଲିକ ଏନସିବି ଅଧିକାରୀ ସମୀର ୱାଙ୍ଖେଡଙ୍କୁ ଟାର୍ଗେଟ କରିଥିଲେ । ଏହ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଦୀପାବଳୀ ପରେ ବୋମା ଫୁଟିବ ବୋଲି କହିଥିଲେ । ସେ ପ୍ରେସ କନଫେରେନ୍ସ କରି ନୱାବଙ୍କ ଅଣ୍ଡରୱାର୍ଲ୍ଡ ଲିଙ୍କର କଚ୍ଚା ଚିଠି ଖୋଲିଥିଲେ । ନୱାବ ମୁମ୍ବାଇ ବିସ୍ଫୋରଣ ଅଭିଯୁକ୍ତଙ୍କଠାରୁ ଶାଗମାଛ ଦରରେ ଜମି କିଣିବା ସମ୍ପର୍କରେ ସେ ଜଣାଇଥିଲେ ।

ଏହାର କିଛି ସମୟ ପରେ ଏନସିପି ନେତା ନୱାବ ବୁଧବାର ହାଇଡ୍ରୋଜେନ ବୋମା ପଡିବ ବଲି କହି ସସ୍ପେନ୍ସ ସୃଷ୍ଟି କରିଛନ୍ତି । ଫଡନିଭସ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତିହୀନ ବୋଲି ସେ କହିଥିଲେ ।

Leave A Reply

Your email address will not be published.