Latest Odisha News

BREAKING NEWS

ଗଞ୍ଜାମରେ କାୟା ବିସ୍ତାର କଲାଣି ଡେଙ୍ଗୁ,୨୪୭ ପିଜିଟିଭ୍ ଚିହ୍ନଟ

ଗଞ୍ଜାମ : ଗଞ୍ଜାମରେ କାୟା ବିସ୍ତାର କଲାଣି ଡେଙ୍ଗୁ । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କରାଯାଇଥିଲେ ମଧ୍ୟ ଡେଙ୍ଗୁ ଥମିବାରେ ନାଁ ନେଉନି । ଗଞ୍ଜାମରେ ଏବେ ସୁଦ୍ଧା ୨୪୭ ଜଣ ଡେଙ୍ଗୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୧୯୪ ଜଣ ସ୍ଥାନୀୟ ହୋଇଥିବା ବେଳେ ୫୩ ଜଣ ପ୍ରବାସୀଙ୍କ ଠାରେ ଡେଙ୍ଗୁ ଲକ୍ଷଣ ଚିହ୍ନଟ ହୋଇଛି ।

BjdElectrycity

ସେପଟେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଆର୍ଯ୍ୟପଲ୍ଲି ପଞ୍ଚାୟତର ୩୦ ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ବଡ ଆର୍ଯ୍ୟପଲି ଗାଁ ର ୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସହରରେ ଅଳିଆ ଆବର୍ଜନା ଦୂଷିତ ଜଳ ନିଷ୍କାସନ ନହୋଇ ପଡ଼ିରହିଛି । ଫଳରେ ଡେଙ୍ଗୁ ମଶାଙ୍କ ବଂଶ ବିସ୍ତାର ହେବାରେ ଲାଗିଛି। ଡେଙ୍ଗୁ ନିରାକରଣ ପାଇଁ ପ୍ରଶାସନ ଦୃଷ୍ଟି ଦେଉନଥିବା ଗାଁ ଲୋକ ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.