Latest Odisha News

BREAKING NEWS

ବ୍ରହ୍ମପୁରରୁ ଜବତ ହେଲା ନାମିଦାମୀ ବ୍ରାଣ୍ଡର ନକଲି ଲିପିଷ୍ଟିକ ସହିତ ଅନ୍ୟାନ୍ୟ ପ୍ରସାଧାନ ସାମଗ୍ରୀ

ବ୍ରହ୍ମପୁର: ଟାଉନ ପୋଲିସ ଓ ବଡବଜାର ପୋଲିସର ମିଳିତ ଉଦ୍ୟମରେ ଶନିବାର ସହରର ବିଭିନ୍ନ ଦୋକାନରୁ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି କସମେଟିକ୍ ସାମଗ୍ରୀ ବା ପ୍ରସାଧାନ ସାମଗ୍ରୀ ଜବତ କରାଯାଇଛି।

ଏଫ୍ଏମସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଅଭିଯୋଗ ପାଇବା ପରେ ଏହି ଚଢ଼ଉ କରାଯାଇଛି। ସହରର ଖାସପା ଲାଇନ୍, ଭାପୁର ବଜାର, ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଏକ ମଲରେ ଚଢ଼ଉ କରିଥିଲା ପୁଲିସ ଟିମ୍।

ପୁଲିସ ବହୁ ପରିମାଣର ନକଲି ପ୍ରସାଧନ ସାମଗ୍ରୀ ଜବତ କରିବା ସହ ଲୋକପ୍ରିୟ ବ୍ରାଣ୍ଡର ଲେବୁଲ୍ ଥିବା ଲିପିଷ୍ଟିକ, କାଜଲ, ଆଇଲାଇନର୍, ଫେସ୍ ଓ୍ୱାଶ୍ ପ୍ୟାକ୍ ଆଦି ଜବତ କରିଛି। ନକଲି ପ୍ରସାଧନ ସାମଗ୍ରୀର ଉତ୍ସ ଓ ଏହି କାରବାରରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଚଳାଇଛି।

ଜବତ ସାମଗ୍ରୀ ନିମ୍ନମାନର ହୋଇଥିବାରୁ ଏଥିରେ କ୍ଷତିକାରକ କେମିକାଲ ଥାଇପାରେ ବୋଲି ପୁଲିସ କହିଛି।ଗ୍ରାହକମାନଙ୍କୁ ସତର୍କ ରହିବାକୁ ଏବଂ କେବଳ ଅଧିକୃତ ଖୁଚୁରା ବିକ୍ରେତାଙ୍କ ଠାରୁ ପ୍ରସାଧନ ସାମଗ୍ରୀ କିଣିବାକୁ ଅନୁରୋଧ କରିଛନ୍ତି।

ନକଲି ପ୍ରସାଧନ ସାମଗ୍ରୀ ଜବତ ହେବା ଏକ ଗମ୍ଭୀର ବିଷୟ, କାରଣ ଏହି ସାମଗ୍ରୀ ଗ୍ରାହକଙ୍କ ପାଇଁ କ୍ଷତିକାରକ ହୋଇପାରେ। ଗ୍ରାହକମାନେ ନକଲି ପ୍ରସାଧନ ସାମଗ୍ରୀର ସଙ୍କେତ ବିଷୟରେ ସଚେତନ ହେବା ଉଚିତ ଏବଂ କେବଳ ବିଶ୍ୱସ୍ତ ସୂତ୍ରରୁ ଉତ୍ପାଦ କିଣିବା ଉଚିତ।

Leave A Reply

Your email address will not be published.