Latest Odisha News

ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ପୁଣି ୩ ପଜିଟିଭ ଚିହ୍ନଟ

ସୁନ୍ଦରଗଡ:  ସୁନ୍ଦରଗଡ ଜିଲ୍ଲାର ପିଛା ଛାଡୁନି  ସ୍କ୍ରବ୍ ଟାଇଫସ୍  । ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି  । ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୯୫କୁ ବୃଦ୍ଧି ହୋଇଛି  ।  ସ୍କ୍ରବ୍ ଟାଇଫସରେ ସୁନ୍ଦରଗଡରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଗତକାଲି ଗୋଟିଏ ଦିନରେ ୨୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ମୋଟ୍ ସଂଖ୍ୟା ୨୯୨ ରହିଥିଲା ।

ଗତକାଲି ଭୁବନେଶ୍ବରରୁ  ୬ ଜଣିଆ ମେଡିକାଲ ଟିମ୍ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି  । ପ୍ରଭାବିତ ଅଞ୍ଚଳ ଗୁଡିକୁ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛି ଏହି ଟିମ୍  । ପରେ ବରଗଡ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଛନ୍ତି  । ପ୍ରଫେସର ଡକ୍ଟର  ସମୀର ଗୁଲାଟି, ପବ୍ଲିକ୍ ହେଲଥ୍ ସ୍ପେଶାଲିଷ୍ଟ  ଡେପୁଟି ଡାଇରେକ୍ଟର ଡକ୍ଟର ତୁଷାର ନାଲେ , ଆଇଡିଏସପି ଇଆଇଏସ୍ ଅଫିସର ଆରୁଷି ଘାଇ ପ୍ରମୂଖ ଏହି ଟିମ୍ ରେ ସାମିଲ ରହିଥିଲେ ।

 

 

Leave A Reply

Your email address will not be published.