Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ ଅବଧି ବଢ଼ାଇଲା ବୋର୍ଡ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖ ଅକ୍ଟୋବର ୫ ତାରିଖକୁ ଘୁଞ୍ଚାଇ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ପାଇଁ ମଧ୍ୟ ଏହି ସମ୍ପ୍ରସାରଣ ଲାଗୁ ହୋଇଛି।

ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଫର୍ମ ଦାଖଲ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ବୋର୍ଡ ପକ୍ଷରୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ବୋର୍ଡ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଏହି ତାରିଖକୁ ଆଉ ଘୁଞ୍ଚାଇ ଦିଆଯିବ ନାହିଁ। ଆସନ୍ତା ବର୍ଷ ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୪ ତାରିଖ ଯାଏ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ।

ମାଟ୍ରିକ ପରୀକ୍ଷା ଦେବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଅକ୍ଟୋବର ୫ ତାରିଖ ସୁଦ୍ଧା ବିଏସଇ ଓ୍ବେବସାଇଟରେ ଅନଲାଇନରେ ଫର୍ମ ଦାଖଲ କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କ ଆଧାର ନମ୍ବର ଓ ମୋବାଇଲ୍ ନମ୍ବର ଦେଇ ଫର୍ମ ପୂରଣ କରିପାରିବେ।

ଛାତ୍ରଛାତ୍ରୀମାନେ ଫର୍ମ ସହିତ କେଉଁ କେଉଁ କାଗଜପତ୍ର ଦାଖଲ କରିବାକୁ ପଡ଼ିବ ତାହାର ତାଲିକା ମଧ୍ୟ ବୋର୍ଡ ପକ୍ଷରୁ ଜାରି କରାଯାଇଛି। ଏହି କାଗଜପତ୍ର ମଧ୍ୟରେ ଛାତ୍ରଙ୍କ ଜନ୍ମ ପ୍ରମାଣ ପତ୍ର, ୮ମ ଶ୍ରେଣୀ ପାସ୍ ପ୍ରମାଣ ପତ୍ର, ନିକଟରେ ପାସପୋର୍ଟ ଆକାରର ଫଟୋ ରହିଛି।

Leave A Reply

Your email address will not be published.