Latest Odisha News

BREAKING NEWS

କେତେ ସତ କେତେ ମିଛ; ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଛି କିମ୍ ଜଙ୍ଗଙ୍କ ମୃତଦେହର ଫଟୋ !

ସିଓଲ୍‌: ସତରେ କ’ଣ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ମୃତ? ନା ତାଙ୍କର ଫଟୋକୁ ବିକୃତ କରାଯାଇଥିବା ଛବିର ଫଟୋ ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଛି ? ସବୁ କିଛି ଏବେ ରହସ୍ୟ ଘେରରେ । ଏଯାଏଁ ଏହି ଫଟୋର ମଧ୍ୟ ସତ୍ୟାସତ୍ୟ ଉନ୍ମୋଚିତ ହୋଇପାରୁନାହିଁ ।

ତିନିଦିନ ପୂର୍ବରୁ କିମ୍‌ଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଶ୍ୱର ଅଧିକାଂଶ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଉତ୍ତର କୋରିଆର ଶାସକ କିମ୍ କୋମା ଅବସ୍ଥାରେ ରହିଛନ୍ତି । କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, କିମ୍ ଏବେ ମୃତପ୍ରାୟ ଏବଂ ବ୍ରେନ୍ ଡେଡ୍ ଅବସ୍ଥାରେ ରହିଛନ୍ତି ।

ଉତ୍ତର କୋରିଆର ଅଗ୍ରଣୀ ଗଣମାଧ୍ୟମ ପ୍ୟୋଂଗ୍ୟାଙ୍ଗ୍ ଷ୍ଟେଟ୍ ମିଡ଼ିଆ ମଧ୍ୟ ଏହି ଖବରକୁ ନା ସ୍ପଷ୍ଟ ଭାବେ ସ୍ୱୀକାର କରୁଛି ନା ରିପୋର୍ଟକୁ ଖଣ୍ଡନ କରିଛି । ସେହିପରି ଭାବେ ଉତ୍ତର କୋରିଆର ଅତ୍ୟନ୍ତ ବିଶ୍ୱସ୍ତ ତଥା ନିକଟତମ ବନ୍ଧୁ ଚୀନ ମଧ୍ୟ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲୁନାହିଁ ।

ସବୁଠାରୁ ବଡ଼କଥା ହେଲା ଚୀନ ମଧ୍ୟ ଏକ ଡାକ୍ତରୀ ଦଳ କିମ୍‌ଙ୍କ ଚିକିତ୍ସା ନିମନ୍ତେ ଉତ୍ତର କୋରିଆ ପଠାଇଛି । ଚୀନ ସରକାର ମଧ୍ୟ ଏନେଇ କିଛି ମନ୍ତବ୍ୟ ପ୍ରଦାନ କରୁନାହାନ୍ତି ।

ସେହିପରି କିମ୍‌ଙ୍କ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପରି କିଚି ସ୍ପଷ୍ଟୋକ୍ତି ପ୍ରକାଶ କରିନାହାନ୍ତି । ଏବେ କୁହେଳିକା ମଧ୍ୟରେ ରହିଛି ଏକଚ୍ଛତ୍ରବାଦୀ ଉତ୍ତର କୋରିଆ ଶାସକଙ୍କ ଜୀବନ ।

ତେବେ ମୃତ୍ୟୁ ସହିତ କିମ୍ ଜଙ୍ଗ ଉନ୍ ସଂଘର୍ଷ କରୁଥିବା ଖବରକୁ କୌଣସି ଗଣମାଧ୍ୟମ ଅସ୍ୱୀକାର ମଧ୍ୟ କରିନାହାନ୍ତି । ଯାହାକି ଏବେ ରହସ୍ୟମୟ ହୋଇ ପଡ଼ିଛି ।

ତେବେ ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଥିବା କିମ୍‌ଙ୍କ ମୃତଦେହର ଫଟୋ ମିଛ ଥାଇପାରେ ବୋଲି ୟାହୁ ନ୍ୟୁଜ୍‌ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଭାଇରାଲ୍ ଫଟୋଟିରେ ମଧ୍ୟ କିମ୍‌ଙ୍କ ପିତା କିମ୍ ଜଙ୍ଗ୍ (ଦ୍ୱିତୀୟ)ଙ୍କ ଫଟୋ ରହିଛି । ଯାହାକୁ କି ଫଟୋସପ୍ କରି ନକଲ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି ।

ତେବେ ଜୀବନ ଓ ମୃତ୍ୟୁର ଦୋଛକିରେ ସଂଘର୍ଷ କରୁଥିବା କିମ୍‌ଙ୍କ ସଠିକ୍ ଖବର ପାଇବା ଲାଗି ଏବେ ସାରା ବିଶ୍ୱର ଜନସାଧାରଣ ବ୍ୟଗ୍ର ହୋଇ ପଡ଼ିଛନ୍ତି । ଲାଗୁଛି କିଛିଦିନ ମଧ୍ୟରେ ଏହି ରହସ୍ୟର ସତ୍ୟାସତ୍ୟ ପଦାକୁ ଆସିଯିବ ।

Leave A Reply

Your email address will not be published.