Latest Odisha News

BREAKING NEWS

ସାଉଦି ଆରବରେ ବେତ ପ୍ରହାର ଦଣ୍ଡାଦେଶ ଉଠିଲା

ରିୟାଦ: ସାଉଦି ଆରବରେ ଶନିବାର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ଏହା ଅନୁସାରେ ଆଗକୁ କୌଣସି ଦଣ୍ଡିତକୁ ବେତ ପ୍ରହାର ପରି କଠୋର ଦଣ୍ଡ ଦିଆଯିବ ନାହିଁ । ଏହା ବଦଳରେ ଜରିମାନା କିମ୍ବା ଜେଲ ଦଣ୍ଡା ଦିଆଯିବ । ଏହାର ସମସ୍ତ ଶ୍ରେୟ କିଙ୍ଗ ସଲମାନ ଏବଂ ତାଙ୍କ ପୁତ୍ର କ୍ରାଉନ ଫ୍ରିନ୍ସ ମହମ୍ମଦଙ୍କୁ ଯାଉଛି । ଆମେରିକା ଓ ସାଉଦି ଆରବ ମଧ୍ୟରେ ବନ୍ଧୁତା ମଧ୍ୟ ଏହାର କାରଣ ବୋଲି ବିବେଚନା କରାଯାଉଛି । ସାଉଦି ଆରବରେ ମାନବଧିକାର ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗ ଆସୁଥିଲା ।

୨୦୧୨ରେ ବ୍ଲଗର ରଇଫ ବଦାବୀ ଇସଲାମ ଧର୍ମକୁ ଅପମାନିତ କରିଥିବାରୁ ତାଙ୍କୁ ୧୦ ବର୍ଷ ଜେଲ ଏବଂ ୧ ହଜାର ବେତ ପ୍ରହାରର ଦଣ୍ଡାଦେଶ ଲାଗୁ କରାଯାଇଥିଲା । ବଦାବୀଙ୍କ ଏହି ଦଣ୍ଡକୁ ସାରା ବିଶ୍ୱ ନିନ୍ଦା କରିଥିଲା । ସେବେଠାରୁ ବେତପ୍ରହାର ଦଣ୍ଡାଦେଶ ଉଠାଇବା ନେଇ ଉଦ୍ୟମ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.