Latest Odisha News

BREAKING NEWS

Fake Police:ନକଲି ପୋଲିସ ବାବୁଙ୍କୁ ଧରିଲା ଅସଲି ପୋଲିସ; ଫେକ୍ ଜଏନିଂ ଲେଟର୍ ଜବତ

ଅନୁଗୁଳ:ଅନୁଗୁଳରୁ ନକଲି ପୋଲିସ ଧରାପଡିଲେ । ଅନଗୁଳ ଏସପି ଅଫିସ ସମ୍ମୁଖରେ ଘୂରି ବୁଲୁଥିବା ବେଳେ ଧରିଛି ଟାଉନ୍ ଥାନା ପୋଲିସ। ସେ କନଷ୍ଟେବଳ ପୋଷାକରେ ଥିଲେ, ନେମ୍ ପ୍ଲେଟ୍ ବ୍ୟାଚ ବି ଲାଗିଥିଲା। ଆଜି ଅପରାହ୍ନରେ ଏସପି ଅଫିସ ନିକଟରେ ବୁଲୁଥିବା ବେଳେ ତାଙ୍କ ହାବଭାବରୁ ସନ୍ଦେହ ହେବାରୁ ତାଙ୍କୁ ଟାଉନ ଥାନା ପୋଲିସ ପଚରାଉଚୁରା କରିଥିଲା ।

ଯାଞ୍ଚ ବେଳେ ଅଭିଯୁକ୍ତଠାରୁ ଓଡ଼ିଶା ପୋଲିସର ନକଲି ଜଏନିଂ ଲେଟର୍ ଜବତ କରାଯାଇଛି। ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ଛେଣ୍ଡିପଦା ଅଞ୍ଚଳର ରବି ନାରାୟଣ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.