Latest Odisha News

BREAKING NEWS

ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’ ଶୁକ୍ରବାର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ଓଡ଼ିଶା ବ୍ୟତୀତ ଅଷ୍ଟ୍ରେଲିଆ, ଜର୍ମାନୀ ଓ ମାଲେସିଆ ଆଦି ଦେଶରେ ବି ଏହା ରିଲିଜ୍ ହେଉଛି । ଏହା ଏକ ମୌଳିକ କାହାଣୀ ଉପରେ ଆଧାରିତ ସିନେମା ହୋଇଥିବାରୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।

BjdElectrycity

ଏହି ଫିଲ୍ମରେ ପାର୍ଥସାରଥୀ, ଅନନ୍ୟା, ବି.ଏମ୍ ବୈଶାଳୀ, ସୁକାନ୍ତ ରଥ, ଭାସ୍ୱତୀ ବସୁ ଓ ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଶକ୍ତି ଜଗଦେବଙ୍କ ଦ୍ୱାରା ନିର୍ମିତ ଅଭିନେତା ବାବୁସାନ୍ ମହାନ୍ତି ଏହାର ସହ ପ୍ରଯୋଜକ ଅଛନ୍ତି । ପିନାକୀ ସିଂହ ଓ ଶିଶିର କୁମାର ସାହୁ ‘ଫାଲଗୁନ ଚୈତ୍ର’ର ନିର୍ଦ୍ଦେଶନା ଦେଇଛନ୍ତି । ଡକ୍ଟର ସୁଲଗ୍ନା ମହାନ୍ତିଙ୍କ ରଚିତ କାହାଣୀ ଆଧାରରେ ଫିଲ୍ମର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ପ୍ରଣବ ପ୍ରସନ୍ନ ରଥ । ଏଥିରେ ଅଭିଷେକ-ଏଶାନ୍ କୈଶିକ ସଙ୍ଗୀତକାର ଥିଲେ । ସ୍ଥିତ ପଟ୍ଟନାୟକ ଓ ଜେପି ୱର୍ଡସ୍ମିଥ୍ ଏହି ଫିଲ୍ମ ପାଇଁ ଗୀତ ରଚନା କରିଛନ୍ତି ।

Leave A Reply

Your email address will not be published.