Latest Odisha News

BREAKING NEWS

ଡମ୍ପରରେ ପିଟି ହେଲା ତୀର୍ଥ ଯାତ୍ରୀ ବସ୍, ୧୫ ଆହତ

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଡମ୍ଫରରେ ପିଟି ହେଲା ଯାତ୍ରୀବାହି ବସ୍‌ । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ସମସ୍ତ ଗୁରୁତରମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ପୁରୀରୁ-କଲିକତା ବାଙ୍କୁଡ଼ା ଅଭିମୁଖେ ଯାଉଥିଲା ‘ବାବା ସୋନା ଟ୍ରାଭେଲ୍ସ’ ନାମକ ଏକ ତୀର୍ଥ ଯାତ୍ରୀ ବସ୍‌ । ବସ୍‌ରେ ୬୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିଲେ । ବସ୍‌ଟି ନିଧିପଣ୍ଡା ନିକଟରେ ସାମନା ପଟୁ ଆସୁଥିବା ଡମ୍ଫରକୁ ଧକ୍କା ଦେଇଥିଲା । ଫଳରେ ୧୫ ଜଣ ଆହତ ହୋଇଛନ୍ତି ।

ଏନେଇ ସ୍ଥାନୀୟଲୋକ ଦୁର୍ଘଟଣା ସମ୍ପର୍କକେ ପୋଲିସକୁ ଖବର ଦେଇଥିଲେ । ଘଟଣା ପୋଲିସ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡମ୍ଫର୍ ଚାଳକ ଗାଡ଼ି ସହ ଫେରାର ହୋଇଯାଇଛି ।

Leave A Reply

Your email address will not be published.