ରାୟଗଡା ଜିଲ୍ଲାରେ ପାରିବାରିକ କଳହ ନେଲା ଜୀବନ । ବାହାଘରର କେତଟା ବର୍ଷ ନପୁରୁଣୁ ଆଖି ବୁଝିଛି ଝିଅ । ଶାଶୂଘର ଲୋକେ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ରାୟଗଡା ଜିଲ୍ଲା ବିଷମକଟକ ଥାନା ଚାଞ୍ଚରାଗୁଡା ମାଠିଆ ସାହିରେ ଘଟିଥିବା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । ଚନ୍ଦ୍ରପୁର ଥାନା କାର୍ଡପାଙ୍ଗା ଗାଁର ସନ୍ତୋଷ ବ୍ରେକବାଡାଙ୍କ ଝିଅ ଅନୁ ବ୍ରେକବାଡା ୫ ବର୍ଷ ପୂର୍ବେ ଚଞ୍ଚାଡାଗୁଡା ଗାଁର ମକର କାଡ୍ରାକାଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ଯାଏଁ ସବୁକିଛି ଠିକ ଚାଲିଥିଲା । ହେଲେ ଏହା ପରେ ମକର ବାରମ୍ବାର ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏ ବାବଦରେ ଅନୁ ନିଜ ବାପଘରେ ଏହି କଥା କହିଥିଲା । ତଥାପି ଶାଶୂଘରେ ସମସ୍ତଙ୍କ ମନ ନେଇ ଚଳିବାକୁ ଅନୁଙ୍କ ପିତା କହିଥିଲେ । କିଛିଦିନ ଠିକ ଚାଲିବା ପରେ ହଠାତ ଅନୁ ବ୍ରେକବାଡାଙ୍କ ଦେହ ଅସୁସ୍ଥ ଥିବା କଥା ସ୍ୱାମୀ ମକର ତାଙ୍କ ପରିବାରଲୋକଙ୍କୁ କହିଥିଲେ । ଆଉ ଅସୁସ୍ଥ ଥିବାରୁ ତାଙ୍କୁ ବିଷମକଟକ ମେଡିକାଲରେ ସ୍ୱାମୀ ମକର କାଡ୍ରାକା ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅନୁଙ୍କ ମୃତ୍ୟୁ ଖବର ପାଇବା ପରେ ଝିଅ ଅନୁଙ୍କୁ ତାଙ୍କ ଶାଶୂଘର ଲୋକେ ହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଏହି ଘଟଣାରେ ସ୍ୱାମୀ ମକରକୁ ଅଟକ ରଖିଛି । ସେପଟେ ବିଷମକ କଟକ ଏସଡିପିଓ ସମେତ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଆସିଥିବା ସୂଚନା ମିଳିଛି ।
BREAKING NEWS
- ରାଜସ୍ଥାନ IAS-IPS ଦମ୍ପତିଙ୍କ ଅସାଧୁ ସମ୍ପତ୍ତି: ୩୬ଟି ଭିଲା ଏବଂ କୋଟି କୋଟି ଟଙ୍କାର କାରବାର ନେଇ ତଦନ୍ତ ଆରମ୍ଭ
- Lord Jagannath Land Recovered:ମହାପ୍ରଭୁଙ୍କ ୪୫୦ କୋଟି ଟଙ୍କାର ମୂଲ୍ୟବାନ ଜମି ଫେରିଲା
- Ganjam District Collector:ଗ୍ରାଉଣ୍ଡରେ ଜିଲ୍ଲାପାଳ…ରନ୍ଧାଖାଦ୍ୟ ବଣ୍ଟନ ବ୍ୟବସ୍ଥାର କଲେ ତଦାରଖ; ନିଜେ ଖାଇଲେ, ସୁବିଧାଅସୁବିଧା ପଚାରି ବୁଝିଲେ
- ରୋହିତ-ବିରାଟଙ୍କ ଜବରଦସ୍ତ ଅଭ୍ୟାସ: ୪ ନଭେମ୍ବରରୁ ଆରମ୍ଭ ହେବ ଦିନିକିଆ ସିରିଜ୍
- କନ୍ଧମାଳରେ ରବିବାର ଖୋଲା ରହିବ ସରକାରୀ କାର୍ଯ୍ୟାଳୟ
- ଓଡ଼ିଶାର ଚେସ୍ ପ୍ରତିଭା ପ୍ରଜ୍ଞାନ ମିଶ୍ରଙ୍କ କମାଲ: ୮ ବର୍ଷ ବୟସରେ ଜିତିଲେ ପ୍ରଥମ ଅନ୍ତର୍ଜାତୀୟ ପଦକ
- Diwali guidelines:ବାଣ ଫୁଟାଇବାକୁ ନେଇ ଆସିଲା ଗାଇଡ୍ଲାଇନ;ରାତି ୯ଟା ପରେ ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ
- ଅବପାତରେ ପରିଣତ ହେଲା ଲଘୁଚାପ, ଓଡ଼ିଶାରେ ବର୍ଷା ସମ୍ଭାବନା
- ‘ଅର୍ଣ୍ଣବ’ ପରେ ଦକ୍ଷିଣ ଓଡ଼ିଶାରେ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସୁନିଶ୍ଚିତ କଲା TPSODL
- ବାପା-ମାଆଙ୍କ ଝଗଡ଼ା ଛଡ଼ାଇବାକୁ ଯାଇ ପୁଅର ଗଲା ପ୍ରାଣ
Comments are closed.