Latest Odisha News

BREAKING NEWS

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ

ଭୁବନେଶ୍ୱର: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଅପହୃତ ଓଡ଼ିଆ ଯୁବକ ଜଣକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ପରିବାର।

ନିକଟରେ ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ବିଭିନ୍ନ ସ୍ଥାନରେ ଅଲକାଏଦା ସହ ଜଡିତ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିଥିଲା। ଏହି ସମୟରେ ତିନି ଜଣ ଭାରତୀୟଙ୍କୁ ସେମାନେ ଅପହରଣ କରିନେଇଥିଲେ। ପଶ୍ଚିମ ମାଲିର କାୟେସ୍ ଅଞ୍ଚଳରେ ଥିବା ଡାଇମଣ୍ଡ ସିମେଣ୍ଟ କାରଖାନା ଉପରେ ସଶସ୍ତ୍ର ଆତଙ୍କବାଦୀମାନେ ଆକ୍ରମଣ କରି ଶ୍ରମିକମାନଙ୍କୁ ବନ୍ଧକ କରି ନେଇଥିଲେ। ଏହି ଅପହରଣ ପଛରେ ଅଲ-କାଏଦା ସହିତ ଜଡିତ ଜମାତ ନୁସରତ ଅଲ-ଇସଲାମ ୱାଲ-ମୁସଲିମିନ (ଜେଏନଆଇଏମ)ର ହାତ ଥିବା ସନ୍ଦେହ କରାଯାଉଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ଏକ ନିନ୍ଦନୀୟ ହିଂସାକାଣ୍ଡ ବୋଲି କହିଛନ୍ତି। ଶ୍ରମିକମାନଙ୍କୁ ସୁରକ୍ଷିତ ଏବଂ ଶୀଘ୍ର ମୁକ୍ତି ସୁନିଶ୍ଚିତ କରିବାକୁ ମାଲି ସରକାରଙ୍କୁ ଅନୁରୋଧ କରିଛି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଘଟଣାଟି ଜୁଲାଇ ୧ ତାରିଖରେ ଘଟିଥିଲା।

 

Comments are closed.