Latest Odisha News

BREAKING NEWS

ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼, ପୂର୍ବରୁ ପୁଅକୁ ମଧ୍ଯ…

ପାଟନା: ବିହାର ପାଟନାର ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି ମାଡ ହୋଇଛି।

ଯାହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ।ଗୋପାଳ ଖେମକା ଗତ ରାତିରେ ବାଙ୍କିପୁର କ୍ଲବରୁ ଗାନ୍ଧୀ ମୈଦାନ ସ୍ଥିତ ରାମ ଗୁଲାମ ଚୌକରେ ଥିବା ତାଙ୍କ ଘରକୁ ଫେରୁଥିଲେ। ରାମଗୁଲାମ ଛକ ନିକଟରେ ସେ ତାଙ୍କ କାର ପାର୍କିଂ କରି ଗାଡିରୁ ଓହ୍ଲାଇବା ମାତ୍ରେ ହିଁ ଦୃର୍ବୁତ୍ତ ମାନେ ତାଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି କ୍ୟାମେରାରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରୁଛି। ଅପରପକ୍ଷେ ଥାନା ନିକଟରେ ଥାଇ ମଧ୍ୟ ପୋଲିସ ୩ଘଣ୍ଟା ବିଳମ୍ବରେ କଣ ପାଇଁ ପହଞ୍ଚିଥିଲା ଏହାକୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଫରେନ୍ସିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛି।

ତେବେ ପୋଲିସ ଏହି ମାମଲାରେ କିଛି ସନ୍ଦିଗ୍ଧ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଅପରାଧୀମାନଙ୍କୁ ଯଥାଶୀଘ୍ର ଖୋଜିବା ପାଇଁ ଡିଜିପି ବିନୟ କୁମାର STF ଟିମକୁ ଦାୟିତ୍ୱ ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପୋଲିସ ଷ୍ଟେସନ, SSP ବାସଭବନ, DM ବାସଭବନ ଘଟଣାସ୍ଥଳଠାରୁ ପାଖରେ ଥାଇ ମଧ୍ୟ ଦୃର୍ବୁତ୍ତ ମାନେ ଏପରି କାଣ୍ଡ କରିବାକୁ ସାହସ କରିଥିଲେ। ତେବେ ପୋଲିସ ମାମଲା ର ତଦନ୍ତ କରୁଥିବା ନେଇ SSP କାର୍ତ୍ତିକେୟ ଶର୍ମା କହିଛନ୍ତି।

ଏହା ପୂର୍ବରୁ ୨୦୧୮ ମସିହାରେ ବୈଶାଳୀରେ ଗୋପାଳ ଖେମକାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ଜଣେ ଅପରାଧୀଙ୍କୁ ମଧ୍ୟ ଗିରଫ କରିଥିଲା। ତେବେ ଅପରାଧୀ ମସ୍ତୁ ସିଂହ ଜାମିନରେ ମୁକ୍ତ ହେବା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି।

 

Comments are closed.