Latest Odisha News

BREAKING NEWS

ସ୍ବାମୀର ମୃତ୍ୟୁ ସହିନପାରି ଆତ୍ମହତ୍ୟା ଉଦ୍ୟମ: ପୁଅ-ଝିଅ ମୃତ, ମା ଗୁରୁତର

ବରଗଡ: ସୋହେଲା ଅଞ୍ଚଳରେ ରବିବାର ଏକ ପରିବାରର ଆତ୍ମହତ୍ୟା କରିବାକୁ ବିଷ ପିଇବା ଓ ଦୁଇ ଛୁଆଙ୍କ ମୃତ୍ୟୁ ପରେ ଏବେ ଶୋକରେ ଗାଁ। ମାଷ୍ଟରପଡା ଗାଁର ବଂଶୀଧର ସାହୁ ଓ ତାଙ୍କ ଭଉଣୀ ସୁବର୍ଣ୍ଣା ମହାଜନ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ପରିବାରର ତୃତୀୟ ସଦସ୍ୟ ସେମାନଙ୍କ ମା’ କୁମୁଦିନୀ ସାହୁ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ଏବେ ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର 6 ତାରିଖରୁ କୁମୁଦିନୀ ଓ ତାଙ୍କ ପିଲାମାନେ ମାନସିକ ଚାପରେ ରହିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ସେମାନେ ଅନେକ ମାନସିକ ଚାପରେ ଥିଲେ। ଆଉ ଶେଷରେ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ ବୋଲି ଅନୁମାନ କରାଯାଉଛି। ଆଜି ଦିନ ପ୍ରାୟ 11ଟା ବେଳେ ସେମାନେ ନିଜକୁ ଏକ କୋଠରୀରେ ବନ୍ଦ କରି କୀଟନାଶକ ପିଇ ଦେଇଥିଲେ।

ଏ ସମ୍ପର୍କରେ ଜାଣିବା ପରେ ପଡ଼ୋଶୀମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ କବାଟ ଭାଙ୍ଗି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ସେମାନେ ତିନିଜଣଙ୍କୁ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ବଂଶୀଧରଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସେହିପରି ସୋହେଲା ସରକାରୀ ଡାକ୍ତରଖାନାରୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ ହେଉଥିବା ବେଳେ ସୁବର୍ଣ୍ଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା କୁମୁଦିନୀ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜୀବନ ଓ ମରଣ ସହ ସଙ୍ଘର୍ଷ କରୁଛନ୍ତି। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.