Latest Odisha News

BREAKING NEWS

୮ ମାସ ହେବ ହୋଟେଲରେ ରହୁଛନ୍ତି ୮ ଜଣିଆ ପରିବାର

ବେଜିଂ: ପ୍ରାୟତଃ ହୋଟେଲରେ ରହିବା ସର୍ବଦା ମହଙ୍ଗା ସାବ୍ୟସ୍ତ ହୋଇଥାଏ । ମାତ୍ର ଚୀନର ନାନୟାଙ୍ଗରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ଏଠାରେ ଏକ ବିଳାସପୂର୍ଣ୍ଣ ହୋଟେଲରେ ଏକ ଆଠ ଜଣିଆ ପରିବାର ୮ମାସ ହେବ ରହି ଆସୁଛନ୍ତି । ଏପରିକି ସେମାନେ ଆହୁରି ଅନେକ ଦିନ ଏଠାରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ହୋଟେଲରେ ରହିବା ପାଇଁ ସେମାନଙ୍କୁ ଦିନକୁ ୧୧୦୦୦ ଟଙ୍କା ଦେବାକୁ ପଡୁଛି । ପରିବାର ସଦସ୍ୟ ମୁଁ ସିଉ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆମେ ଏଠାରେ ଶାନ୍ତିରେ ରହୁଛୁ । ଇଲେକ୍ଟ୍ରି ବିଲ, ପାଣି ବିଲଠାରୁ ଆରମ୍ଭ କରି ଅନ୍ୟ ଦେୟ ହୋଟେଲ ବିଲରେ ସାମିଲ ରହୁଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଆପାର୍ଟମେଂଟରେ ରହିବା ତୁଳନାରେ ଆମକୁ କମ ଖର୍ଚ୍ଚ କରିବାକୁ ପଡୁଛି । ଆମର ଅନେକ ଜାଗା ବାଡି ଥିବାରୁ ଏହାକୁ ବିକ୍ରି କରି ଚଳିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି । ଏବେ ସାଂଘାଇରେ ଘର ଭଡା ସହ ଅନ୍ୟ ଖର୍ଚ୍ଚ ମିଶାଇଲେ ଅତି କମରେ ୨ଲକ୍ଷ ୩୭ ହଜାର ଦେବାକୁ ପଡୁଛି । ଅପରପକ୍ଷରେ ସମସ୍ତ ପ୍ରକାର ସୁବିଧା ସହ ହୋଟେଲରେ ମାସକୁ ୩ ଲକ୍ଷ ବ୍ୟୟ କରିବାକୁ ପଡୁଛି ।

Leave A Reply

Your email address will not be published.