Latest Odisha News

BREAKING NEWS

କର୍ତ୍ତବ୍ୟ ପଥରେ ଇତିହାସ ରଚିବ ଦିଲ୍ଲୀ ପୋଲିସର ମହିଳା କଣ୍ଟିଜେଣ୍ଟ ଟିମ୍

ନୂଆଦିଲ୍ଲୀ: ପ୍ରତ୍ୟେକ ଥର ଭଳି, ଏଥର ମଧ୍ୟ ଦିଲ୍ଲୀର କର୍ତ୍ତ୍ୟବ୍ୟ ପଥରେ ଗଣତନ୍ତ୍ର ଦିବସରେ ପରେଡ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟପକ ପ୍ରସ୍ତୁତି ଚାଲିଛି । ଏହି ଅବସରରେ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ । କିନ୍ତୁ ଚଳିତଥର ଦିଲ୍ଲୀ ପୋଲିସର ମହିଳା କର୍ମଚାରୀ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ହେବେ । ଦିଲ୍ଲୀ ପୋଲିସର ମହିଳା କଣ୍ଟିଜେଣ୍ଟ ଗଣତନ୍ତ୍ର ଦିବସ ପରେଡରେ କର୍ତ୍ତ୍ୟବ୍ୟ ପଥରେ ପରେଡ ପ୍ରଦର୍ଶନ କରିବେ । ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବେ।

ଦିଲ୍ଲୀ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଦିଲ୍ଲୀ ପୋଲିସ ଇତିହାସରେ ଏହା ପ୍ରଥମ ଥର ହେବ ଯେ କେବଳ ମହିଳା ପୋଲିସ ଏଥିରେ ସାମିଲ ହେବେ । ଚଳିତ ବର୍ଷ ୮୦ ପ୍ରତିଶତ ଅଂଶଗ୍ରହଣକାରୀ ଉତ୍ତର-ପୂର୍ବ ରାଜ୍ୟରୁ ଆସିଛନ୍ତି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ପୋଲିସ୍ ଏବଂ ଉତ୍ତର-ପୂର୍ବ ଅଞ୍ଚଳର ଲୋକଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଚେଷ୍ଟା କରାଯିବ।ସୂଚନା ଅନୁଯାୟୀ ମହିଳା ଆଇପିଏସ୍ ଅଧିକାରୀ ଶ୍ୱେତା କେ ସୁଗଥାନ୍ ୧୯୪ ମହିଳା ହେଡ୍ କନଷ୍ଟେବଳ ଏବଂ କନଷ୍ଟେବଳଙ୍କ ମାର୍ଚ୍ଚିଂ କଣ୍ଟିଜେଣ୍ଟର ନେତୃତ୍ୱ ନେବେ ।

ଦିଲ୍ଲୀ ପୋଲିସ୍ ଅଧିକାରୀମାନେ କହିଛନ୍ତି ଯେ ଦିଲ୍ଲୀ ପୋଲିସ୍ ଇତିହାସରେ ପ୍ରଥମ ଥର ପାଇଁ ମାର୍ଚ୍ଚିଂ ଦଳରେ କେବଳ ମହିଳା କର୍ମଚାରୀ ସାମିଲ ହେବେ। ଏଥର ଦିଲ୍ଲୀ ପୋଲିସର କୌଣସି ପୁରୁଷ କର୍ମଚାରୀ କର୍ତ୍ତବ୍ୟ ପଥରେ ନଜର ଆସିବେ ନାହିଁ।

ଜାନୁଆରୀ ୫ରେ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଦ୍ୱାରା ଗଣତନ୍ତ୍ର ଦିବସ କ୍ୟାମ୍ପ ୨୦୨୪ ଉଦ୍ଘାଟିତ ହୋଇଥିଲା। ଏହି ଶିବିର ୨୮ ଜାନୁଆରୀରେ ଶେଷ ହେବ । ଏଥର ୨୨୭୪ କ୍ୟାଡେଟ୍ ଏନସିସି ରିପବ୍ଲିକ୍ ଡେ କ୍ୟାମ୍ପ ୨୦୨୪ରେ ଅଂଶଗ୍ରହଣ କରିବେ । ଏଥର ଏନସିସିରେ ମହିଳା କ୍ୟାଡେଟଙ୍କ ଅଂଶଗ୍ରହଣ ବୃଦ୍ଧି କରାଯାଇଛି।

 

 

Leave A Reply

Your email address will not be published.