Latest Odisha News

BREAKING NEWS

ସେଲଫି ଉଠାଉଥିଲେ ଫ୍ୟାନ୍, ଅଲି ଫଜଲଙ୍କ ଶାର୍ଟ ଉପରେ ଢ଼ଳିଗଲା କଫି

ନୂଆଦିଲ୍ଲୀ: ସେଲିବ୍ରେଟିଙ୍କ ସହ ଫୋଟ ଉଠାଇବାକୁ ସମସ୍ତେ ଭଲ ପାଆନ୍ତି। କିଏ ସେଲଫି ଉଠାନ୍ତି ଆଉ କିଏ ଫୁଲ୍ ପୋଜ୍ ଦେଇ ଉଠାଇବାକୁ ଇଚ୍ଛା କରନ୍ତି । ନିକଟରେ ଜଣେ ପ୍ରଶଂସକ ଅଭିନେତା ଅଲି ଫଜଲଙ୍କ ସହ ସେଲଫି ନେବାକୁ ଯାଇଥିଲେ । ହେଲେ ଅବହେଳା କାରଣରୁ ଅଲି ଫଜଲ ହାତରେ ଧରି ଥିବା କଫି ତାଙ୍କ ଡ୍ରେସ ଉପରେ ପଡ଼ି ଯାଇଥିଲା । ଏହି ଭିଡିଓକୁ ଦେଖି ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି,‘‘ ଏହା ଜାଣିଶୁଣି ଏପରି କରାଯାଇଛି ।’’ ଆଉ ଜଣେ ଲେଖିଛନ୍ତି, ଭିଡିଓରୁ ସ୍ପଷ୍ଟ ଜଣାପଡୁଛି  ସେ ଜାଣଶୁଣି ନିଜ ଉପରେ କଫି ଢାଳୁଛନ୍ତି । ବୋଧ ହୁଏ ଏହା ଏକ ଶାର୍ଟର ବିଜ୍ଞାପନ କରୁଛନ୍ତି ।’’

 

View this post on Instagram

 

A post shared by Varinder Chawla (@varindertchawla)

ଅଭିନେତା ଅଲି ଫଜଲ ଏକ ଦୋକାନରୁ ବାହାରକୁ ଆସୁଥିଲେ । ସେ ଦୋକାନରୁ ବାହାରକୁ ଆସିବା ମାତ୍ରେ ଫୋଟ ପାଇଁ ପୋଜ୍ ଦେବା ଆରମ୍ଭ କରିଥିଲେ। ସେ ଗୋଟିଏ ପରେ ଗୋଟିଏ ପୋଜ୍  ବଦଳାଉଥିଲେ । ଆଉ ଫୋଟ କ୍ଲିକ୍ କରାଯାଉଥିଲା। ହେଲେ ଏହି ସମୟରେ ହଠାତ୍ ଜଣେ ପ୍ରଶଂସକ ସେଲଫି ପାଇଁ  ଅଲି ଫଜଲଙ୍କ ପାଖକୁ ପଳାଇ ଆସିଥିଲେ । ହେଲେ ସେ ଏତେ ଦ୍ରୁତ ଗତିରେ ଆସିଲେ ଯେ  ଅଲିଙ୍କ ହାତରେ କଫି  ଥିବା ସେ ଜାଣିପାରି ନଥିଲେ । ଏମିତିକି ସେ ଅଲିଙ୍କ କାନ୍ଧରେ ହାତ ରଖିବାକୁ  ଚେଷ୍ଟା କରିଥିଲେ । ତେବେ ପ୍ରଶଂସକ ଜଣକ ଏତେ ନିକଟତର ହୋଇଥିବା ନେଇ ଅଲି ଜାଣି ପାରି ନଥିଲେ । ସେ ଠେଲି ହୋଇଯାଇଥିଲେ। ଆଉ ସେ ହାତରେ ଧରିଥିବା  କଫି ତାଙ୍କ ଶାର୍ଟ ଉପରେ ପଡ଼ି ଯାଇଥିଲା। ଏହି ଘଟଣା ପରେ ଅଲି ଫଜଲଙ୍କ ପ୍ରତିକ୍ରିୟା ଭିଡିଓରେ ପ୍ରକାଶ କରାଯାଇ ନାହିଁ ।

Leave A Reply

Your email address will not be published.