Latest Odisha News

BREAKING NEWS

ଏକ୍ସର ନୂଆ ଫିଚର, ମାଗଣାରେ କରିପାରିବେ ଅଡିଓ ଓ ଭିଡିଓ କଲ୍

ନୂଆଦିଲ୍ଲୀ: ବିନା ନମ୍ବର ଏବଂ ବିନା ପ୍ରିମିୟମ୍ ସବସ୍କ୍ରିପସନ୍ ରେ ଅଡିଓ ଓ ଭିଡିଓ କଲ୍ କରିପାରିବେ ଏକ୍ସ ୟୁଜର୍ସ । ଏକ୍ସ ଆଣିଲା ନୂତନ ଫିଚର୍ । ବର୍ତ୍ତମାନ ଏକ୍ସ ବ୍ୟବହାର କରୁଥିବା ସମସ୍ତ ଉପଭୋକ୍ତା ଏହାର ଫାଇଦା ନେଇପାରିବେ । ମେଟାର ହ୍ଵାଟସଆପ ପରି ଅନ୍ୟାନ୍ୟ କମ୍ପାନିକୁ ଏହା କଡା ଟକ୍କର ଦେବା ନେଇ ଆଶା କରାଯାଉଛି । ତେବେ ଆସନ୍ତୁ ଜାଣିବା କିପରି କରିପାରିବେ ଏହି କଲ…

ଏକ୍ସର ଟିମ୍ ମେମ୍ବର ମାନଙ୍କ ମଧ୍ୟରୁ ଜଣେ ଇଞ୍ଜିନିୟର ଏନ୍ରିକ୍ ବାର୍ଗାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ଆମେ ଧୀରେ ଧୀରେ ଅଣ-ପ୍ରିମିୟମ୍ ବ୍ୟବହାରକାରୀଙ୍କ ପାଇଁ ଅଡିଓ ଏବଂ ଭିଡିଓ କଲ୍ ର ଫିଚର ଆରମ୍ଭ କରିବାକୁ ଯାଉଛୁ । ଆପଣ ଏହାକୁ ବ୍ୟବହାର କରନ୍ତୁ । ବର୍ତ୍ତମାନ ଆପଣଙ୍କର କିଛି ଖାସ୍ ଲୋକଙ୍କ ସହ ଆପଣ ଅଡିଓ କଲ୍ କିମ୍ବା ଭିଡିଓ କଲ୍ କରିପାରିବେ । ତେବେ ଆପଣ କେବଳ ସେହି ଲୋକମାନଙ୍କୁ କଲ କରିପାରିବେ ଯାହାଙ୍କୁ ଆପଣ ଫଲୋ କରିଥିବେ କିମ୍ବା ଆପଣଙ୍କ ଫୋନରେ ଯାହା ନମ୍ବର ସେଭ୍ କରି ରଖିଥିବେ ।

ତେବେ କଲ୍ କରିବା ପୂର୍ବରୁ, ଆପଣ ତାଙ୍କ ସହ ମେସେଜରେ ନିହାତି କଥା ହୋଇଥିବା ଜରୁରୀ । ଆପଣ ଆପଣଙ୍କର ସେଟିଂକୁ ଯାଇ କାହା କଲ୍ ରିସିଭ୍ କରିବାକୁ ଆପଣ ଚାହୁଁଛନ୍ତି ତାହା ମଧ୍ୟ ପରିବର୍ତ୍ତନ କରିପାରିବେ । ଯଦି ଆପଣ ଚାହାଁନ୍ତି, ତେବେ ଆପଣ କେବଳ ଫଲୋ କରିଥିବା ବ୍ୟକ୍ତିଙ୍କଠାରୁ କିମ୍ବା ଏକ୍ସ ବ୍ୟବହାର କରୁଥିବା ସମସ୍ତଙ୍କ କଲ୍ ମଧ୍ୟ ରିସିଭ କରିପାରିବେ ।

X ପୂର୍ବରୁ କେବଳ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ କଲିଂ ଫିଚର୍ ଆରମ୍ଭ କରିଥିଲା । କିନ୍ତୁ ସେଥିପାଇଁ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡୁଥିଲା । ପରେ କମ୍ପାନୀ ଆଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କ ପାଇଁ କଲିଂ ଫିଚର ଆଣିଥିଲା । ସେଥିରେ ମଧ୍ୟ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଏହି ଫିଚର୍ ସମସ୍ତ ଉପଭୋକ୍ତାଙ୍କ ପାଇଁ ମାଗଣାରେ ଉପଲବ୍ଧ ।

କିପରି କରିବେ କଲ୍

  • ପ୍ରଥମେ ଫୋନରେ X ଆପ୍ ଖୋଲନ୍ତୁ ଏବଂ ସିଧାସଳଖ ମେସେଜ୍ (DM) ସେକ୍ସନକୁ ଯାଆନ୍ତୁ ।
  • ଫୋନ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଏବଂ କଲ୍ ଆରମ୍ଭ କରିବାକୁ ‘ଅଡିଓ କଲ୍’ କିମ୍ବା ‘ଭିଡିଓ କଲ୍’ ଚୟନ କରନ୍ତୁ । ଆପଣ ଯେଉଁ ବ୍ୟକ୍ତିଙ୍କ ପାଖକୁ କଲ୍ କରିବାକୁ ଚାହୁଁଛନ୍ତି ତାଙ୍କ ପାଖକୁ ସିଧାସଳଖ ଏକ ନୋଟିଫିକେଶନ ଯିବ । ଏହା ପରେ ସେ ଚାହିଁଲେ ଫୋନ୍ ରିସିଭ କରିପାରିବେ ।
  • ତେବେ ଆପଣ ଆପଣଙ୍କୁ କିଏ କଲ୍ କରିପାରିବ ତାହା ମଧ୍ୟ ସେଟ୍ କରିପାରିବେ । ସେଥିପାଇଁ ଉପର ଡାହାଣ କୋଣରେ ଥିବା ସେଟିଙ୍ଗ୍ ଅପ୍ସନ୍ କୁ ଯାଆନ୍ତୁ |

 

Leave A Reply

Your email address will not be published.