Latest Odisha News

BREAKING NEWS

ଫରହାନଙ୍କ ଡନ ଥ୍ରୀରେ ଶାହାରୁଖ, ଅମିତାଭ, ରଣବୀର ଏକତ୍ର ଅଭିନୟ କରିବେ !

ମୁମ୍ବାଇ: ଫରହାନ ଅଖତାର ଡନ ଥ୍ରୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶାହାରୁଖ ଖାଁଙ୍କୁ ଫରହାନ ପ୍ରଥମେ ଯେଉଁ ସ୍କ୍ରିପ୍ଟ ଶୁଣାଇଥିଲେ ତାହା ତାଙ୍କୁ ପସନ୍ଦ ଆସି ନ ଥିଲା । ଏବେ ସେ ସମ୍ପୂର୍ଣ୍ଣ ନୂତନ ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ଶାହାରୁଖ, ଅମିତାଭ ବଚ୍ଚନ ଓ ରଣବୀର ସିଂ ଏକତ୍ର ଅଭିନୟ କରନ୍ତୁ ବୋଲି ଫରହାନ ଚାହୁଁଛନ୍ତି । ଅମିତାଭ ପ୍ରଥମେ ଡନ ଫିଲ୍ମ କରି ବେଶ ଲୋକପ୍ରିୟ ହୋଇଥିଲେ । ଶାହାରୁଖ ଏହି ଫ୍ରାଂଚାଇଜକୁ ଆଉ ଗୋଟିଏ ପାଦ ଆଗକୁ ନେଇଥିଲେ । ରଣବୀର ଏଥିରେ କ୍ୟାମିଓ କରିବେ । ଶାହାରୁଖଙ୍କ ଏହା ଶେଷ ଡନ ପ୍ରୋଜେକ୍ଟ ହେବ । ଏହା ପରେ ରଣବୀର ଏହାକୁ ଆଗକୁ ବଢ଼ାଇବେ ।

ତେବେ ଫରହାନଙ୍କ ଏହି ଉଦ୍ୟମ ବାସ୍ତବ ରୂପ ନେଉଛି କି ନାହିଁ ତାହା ଦେଖିବା କଥା । ଡନ ଥ୍ରୀକୁ ଦର୍ଶକମାନେ ଅପେକ୍ଷା କରିଥିଲେ ମଧ୍ୟ ଦୀର୍ଘ ଫରହାନ ଏ ପର୍ଯ୍ୟନ୍ତ ଏହାର ସ୍କ୍ରିପ୍ଟ ଏବଂ ଅନ୍ୟ କଳାକାର ଚୟନ କରିପାରି ନାହାନ୍ତି । ତେବେ ଅଳ୍ପ ଦିନ ମଧ୍ୟରେ ଏ ନେଇ ମେକର୍ସଙ୍କ ପକ୍ଷରୁ ଚୂଡାନ୍ତ ନିଷ୍ପତି ନିଆଯିବ ବୋଳି କୁହାଯାଇଛି ।

Leave A Reply

Your email address will not be published.