Latest Odisha News

BREAKING NEWS

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା, ଅନ୍ୟ ଜଣେ ଗୁରୁତର

ନୟାଗଡ଼: ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲେ ସଂଘବଦ୍ଧ ବ୍ୟକ୍ତି । ଏହି ଘଟଣାରେ ମୃତକର ସାନଭାଇ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ଗାଁର କିଛି ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏଭଳି ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନସ୍ଥ କାଦୁଆପଡ଼ା ଗାଁରେ ଘଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, କାଦୁଆପଡ଼ା ଗାଁର ଶରତ କୁମାର ପଣ୍ଡା ଓ ଗୋବିନ୍ଦ ପ୍ରଧାନ ଦୁହେଁ ପଡ଼ୋଶୀ। ଉଭୟ ଲୁହା କବାଡ଼ିଆ ବେପାର କରନ୍ତି। ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ଭିତରେ ବ୍ୟାବସାୟିକ କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ଗୋବିନ୍ଦ ପ୍ରଧାନ ଠେଙ୍ଗାରେ ଶରତ କୁମାର ପଣ୍ଡାଙ୍କୁ ଆକ୍ରମଣ କରିଥିଲେ। ବଡ଼ଭାଇକୁ ରକ୍ଷା କରିବାକୁ ଯାଇ ସାନଭାଇ ବସନ୍ତ କୁମାର ପଣ୍ଡା ଆହତ ହୋଇଛନ୍ତି ।

ଗୁରୁତର ଅବସ୍ଥାରେ ଶରତ କୁମାର ପଣ୍ଡାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା କୁହାଯାଉଛି।

 

Leave A Reply

Your email address will not be published.