Latest Odisha News

BREAKING NEWS

ଚାଷୀଙ୍କ ଜୀବନ ନେଉଛି ଋଣ ଭାର, ଏଥର ଯାଜପୁରରେ

ଯାଜପୁର: ଦେଶର ମେରୁଦଣ୍ଡ ବୋଲାଉଥିବା ଚାଷୀକୂଳ ଏବେ ଆତ୍ମହତ୍ୟା ପନ୍ଥାକୁ ଶ୍ରେୟସ୍କର ମଣୁଛନ୍ତି । ସରକାରଙ୍କ ବହୁମୁଖୀ ଯୋଜନାର ବିଫଳତା ଓ ଋଣ ଭାର ସେମାନଙ୍କ ପାଇଁ କାଳ ପାଲଟିଛି । ଯାଜପୁର ଜିଲ୍ଲାରେ ଋଣ ଭାର ସହିନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ବରୀ କୋଦୁଆ ପଂଚାୟତ ଅନ୍ତର୍ଗତ କନ୍ତିଆ ଗାଁରେ ଯଦୁନାଥ ମଲ୍ଲିକ ନାମକ ଜଣେ ଚାଷୀଙ୍କର ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଂଚି ବିଂଝାରପୁର ପୋଲିସ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତ ୩ ବର୍ଷ ଧରି ବାଦାମ ଓ ଧାନ ଚାଷରେ କ୍ଷତି ସହିବା ପରେ ଯଦୁନାଥ ଚଳିତବର୍ଷ ପାଖାପାଖି ୪ ଲକ୍ଷ ଟଙ୍କା କରଜ କରି ପରିବା ଚାଷ କରିଥିଲେ । ହେଲେ ଏଥର ବି ସେ କ୍ଷତି ସହିଥିଲେ । ଫଳରେ ଋଣ ଭାର ସହି ନପାରି ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆତ୍ମହତ୍ୟାର ଅସଲ କାରଣ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.