Latest Odisha News

BREAKING NEWS

ବିଲରେ ୧୧ କେଭି ତାର ଲାଗି ଆଖି ବୁଜିଲେ ଚାଷୀ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ପାରାଦୀପ: ବିଲରେ ବିଦ୍ୟୁତ୍ ନେଲା ଜୀବନ । ଏଭଳି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲାର ପିପ୍ପଳ ବରେଇ ଗାଁରେ । ଗାଁର କଣ୍ଡୁରୀ ରାଉତ ବିଲକୁ ଯାଇଥିବା ବେଳେ ସେଠାରେ କମ୍ ଉଚ୍ଚତାରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । କଣ୍ଡୁରୀଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ।

ସିଙ୍ଗିଟାଳି ନିକଟରେ ଗ୍ରାମବାସୀ ପାରାଦୀପ-କଟକ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଗତ ସପ୍ତାହରେ ଉକ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଏକ ଟ୍ରାକ୍ଟର ଆସିଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ । ଏନେଇ ଗ୍ରାମବାସୀ ବିଦ୍ୟୁତ୍ କର୍ମଚାରୀଙ୍କୁ ଅଭିଯୋଗ କରିଥିବା ବେଳେ କେହି ଶୁଣି ନଥିଲେ । ଫଳରେ ଜଣଙ୍କ ଜୀବନ ଚାଲି ଯାଇଛି ।

ମୃତ କଣ୍ଡୁରୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଏବଂ ଉକ୍ତ ଅଞ୍ଚଳ ଦେଇ ଯାଇଥିବା ବିଦ୍ୟୁତ୍ ତାର ଗୁଡ଼ିକୁ ତୁରନ୍ତ ମରାମତି କରି ଅଧିକ ଉଚ୍ଚତାରେ ବାନ୍ଧିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲକ୍ ଥାନା ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରୁଛି ।

Leave A Reply

Your email address will not be published.