Latest Odisha News

BREAKING NEWS

ଯାଜପୁରରର ଚାଷୀ ଆତ୍ମହତ୍ୟା; ପରିବାରକୁ ସହାୟତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରପାଦା ଗ୍ରାମର ଭାଗ ଚାଷୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ବୋଲି ପ୍ରଶାସନ ସ୍ୱିକାର କରିବା ଦାବିରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଲଗାଣ ବର୍ଷା ଓ ବନ୍ୟାରେ ଧାନ ଫସଲ କ୍ଷତିକୁ ସହ୍ୟ ନକରିପାରି ଗତ ମାସ ୧୧ ତାରିଖରେ ବରପଦା ଗ୍ରାମର ଭାଗ ଚାଷୀ ରମାକାନ୍ତ ମଲିକ ବିଲରେ ଥିବା ଏକ ବରଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ।

BjdElectrycity

ତେବେ ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ତାଙ୍କ ପରିବାରଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇ ଦିଆଯାଇ ନାହିଁ । ମୃତ ରମାକାନ୍ତଙ୍କ ମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ବୋଲି ସରକାର ସ୍ୱିକାର କରିବା ଦାବିରେ ରାଷ୍ଟ୍ରିୟ କିଶାନ ମଜଦୁର ମହାସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।

ଏହାକୁ ନେଇ ଆଜି ମହାସଙ୍ଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ରମାକାନ୍ତଙ୍କ ମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ସ୍ୱୀକାର ନକଲେ ଆସନ୍ତା ୧୪ ତାରିଖରେ ମହାସଂଘ କର୍ମକର୍ତାମାନେ ବିଂଝାରପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.