Latest Odisha News

BREAKING NEWS

ପାରାଦୀପରେ ଉତ୍ତେଜନା; ଜମିର ଉଚିତ୍ ମୂଲ୍ୟ ପାଇବା ନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ଧାରଣା

ପାରାଦୀପ:  ପୁଲିସ୍ ଦ୍ୱାରା ଦମନ କରି ପାରାଦ୍ୱୀପ -ହାଇଦ୍ରାବାଦ ତୈଳ ପାଇପ ଲାଇନ୍ କାର୍ଯ୍ୟ କରାଇ ନେବାକୁ ଆଇଓସିଏଲ ର ମସୁଧା କରୁଥିବା ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ନିଜର ହକ୍ , ଜମିର ଉଚିତ ମୂଲ୍ୟ ପାଇବା ପାଇଁ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିବା ଜମି କ୍ଷତିଗ୍ରସ୍ତ ଚାଷୀ ପରିବାରକୁ ଉଠାଇ ନେଇଛି କୁଜଙ୍ଗ ପୁଲିସ ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ପାଖା ପାଖି ୨୩ ଜଣ ଧାରଣାରତ ମହିଳା ଓ ପୁରୁଷ ଙ୍କୁ ଉଠାଇ ନେଇ କୁଜଙ୍ଗ ଥାନାରେ ରଖିଛି ପୁଲିସ। ଗତ କିଛିଦିନ ହେଲା ପାରାଦ୍ବୀପ ଆଇଓସିଏଲ ପକ୍ଷରୁ ପାରାଦୀପ – ହାଇଦ୍ରାବାଦ ତୈଳ ପାଇପ ଲାଇନ୍ କାର୍ଯ୍ୟ ଏରସମା ବ୍ଲକ ଦେଇ ଆଇଓସିଏଲ କୁ ସଂଯୋଗ କରାଯାଉଛି।

ମାତ୍ର ଯେଉଁ ଜମିରେ ଏହି ପାଇପ ପୋତା ଯାଉଛି, ସେହି ଜମିର ମାଲିକଙ୍କୁ ଉଚିତ୍ ପାଉଣା ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଥିଲା। ଯାହାକୁ ବିରୋଧ କରି ବାଲିତୁଠ ପଞ୍ଚାୟତ ର ଚାଷୀ ମାନେ ବିରୋଧ କରିଥିଲେ। ଏପରିକି ବଡବୁଦା ଠାରେ ଏକ ବୈଠକ କରି ପାଇପ ଲାଇନ ବିଛାଇବାକୁ ବିରୋଧ କରିଥିଲେ। ପ୍ରଶାସନ ସହିତ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିଲା। ଫଳରେ କ୍ଷତିଗ୍ରସ୍ତ ଚାଷୀ ପରିବାର ପକ୍ଷରୁ ଗତ ତିନିଦିନ ହେଲା ବଡବୁଦା ଠାରେ ମୁହଁରେ କଳା ପଟ୍ଟି ପିନ୍ଧି ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଉଥିଲା।

ଅପର ପକ୍ଷରେ ପୁଲିସ ବାହିନୀର ୨ ଜଣ କର୍ମଚାରୀଙ୍କୁ ଧାରଣା ଦେଇଥିବା ମହିଳା ମାନେ କାମୁଡି କ୍ଷତାକ୍ତ କରିଦେଇଥିବା ଏସଡିପିଓ ଦୀପକ ରଞ୍ଜନ ଜେନା କହିବା ସହ ଆଇଓସିଏଲର ଏହି ପାଇପ ଲାଇନ ପାରାଦ୍ୱୀପ ଠାରୁ ହାଇଦ୍ରାବାଦ ଯାଏ ବିଛା ହେଉ ଥିବା ବେଳେ ପ୍ରୋଭିଜନ ଅନୁଯାୟୀ ସବୁ ଜମି ପାଇଁ ଏକ ନିର୍ଦ୍ଧାରିତ ରାଶି ଚୂଡାନ୍ତ ହୋଇଛି ଏବଂ ଏହି ପାଇପ ଲାଇନ ଜମି ର ୧୦ ଫୁଟ ତଳେ ଯାଉଥିବାରୁ ଜମି ର କୌଣସି କ୍ଷତି ହେବାର ନାହିଁ ବୋଲି ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ବାଲିତୁଠ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣା ସ୍ଥଳରେ ୨ ଫ୍ଲାଟୁନ ପୋଲିସ ଫୋର୍ସ ୪ ଜଣ ଇନିସପେକ୍ଟର ଓ ୭ ପୋଲିସ ଏସଆଇ ନିୟୋଜିତ କରାଯାଇଛି।

Leave A Reply

Your email address will not be published.