ଭଦ୍ରକ : ଧାନ ଚାଷରେ ଦାଉ ସାଜିଛି ରୋଗପୋକ । ଅମଳ ସମୟ ଯେତିକି ପାଖଉ ଆସୁଛି , ରୋଗ ସେତିକି ପରିମାଣରେ ମାଡିଆସୁଛି । କୀଟନାଶକ ଏବଂ ଔଷଧ ମଧ୍ୟ କାମ କରୁନାହିଁ । ଚିନ୍ତାରେ ଏବେ ଚାଷୀ । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଦେଖିବାକୁ ଲାଗିଛି ଏପରି ଘଟଣା ।
ଏବେ ଧାନ ଅମଳର ସମୟ। ମୌସୁମୀ ଡେରିରେ ଆସିବାରୁ ଚାଷ ମଧ୍ୟ ଡେରି ହୋଇଛି । ଧାନ ବିଲରେ ଧାନର ଥୋଡ଼ ବାହାରି ନଥିବା ବେଳେ ଗୁଣ୍ଡି ପୋକ, ଜଉ ପୋକ ସହ ପତ୍ରପୋଡ଼ା ରୋଗ ଏବେ ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ପରିସ୍ଥିତି ଆଣିଛି ।
ଧାନଗଛର ପତ୍ରପୋଡି ହଳଦିଆ ଦେଖାଯାଉଛି । କେତେକ ସ୍ଥାନରେ ଧାନ କେଣ୍ଡା ବି ଛିଡ଼ି ଯାଉଛି । ଏଭଳି ସମୟରେ ସମସ୍ତ ପ୍ରକାର କୀଟନାଶକ ଏବଂ ଔଷଧର ବ୍ୟବହାର କରିସାରିଲେଣି ଚାଷୀ । କିନ୍ତୁ ଧାନ ବିଲରୁ ରୋଗ କମୁନାହିଁ । କୀଟନାଶକ ଦ୍ୱାରା ପୋକ କମୁନାହାନ୍ତି ।
Comments are closed.