ଭୁବନେଶ୍ବର: ଜୁଲାଇ ୩୧ପର୍ଯ୍ୟନ୍ତ 17ଟି ଖରିଫ ଫସଲକୁ ବୀମା ପଞ୍ଜିକରଣ କରିପାରିବେ ଚାଷୀ । ଖରିଫ ଋତୁରେ ୮ଟି ଫସଲ ଓ ରବି ଋତୁରେ ୯ଟି ଫସଲକୁ ଚାଷୀମାନେ ବୀମା ଭୁକ୍ତ କରିପାରିବେ ଏବଂ ଏହାର ଫାଇଦା ନେଇପାରିବେ ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଚାଷୀମାନେ ଏହି ବୀମା ସୁବିଧା ପାଇପାରିବେ । ଏହି ବୀମା ସୁବିଧା ଅଧିକ ସଂଖ୍ୟକ ଚାଷୀ ଯେଭଳି ନେବା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଚଳିତ ଖରିଫ ଋତୁରେ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଫସଲ ବୀମା ପଞ୍ଜିକରଣର ଶେଷଦିନ ଥିବାରୁ ଚାଷୀମାନଙ୍କୁ ଏହାର ଫାଇଦା ନେବାକୁ କୁହାଯାଇଛି।
ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଫସଲ ବୀମା ସମନ୍ୱୟ କମିଟି ବୈଠକରେ ବୀମା ସର୍ତ୍ତ ଅନୁସାରେ କ୍ଷତିପୂରଣ ପାଇଁ ଯୋଗ୍ୟ ବିବେଚିତ ହେଉଥିବା ସମସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନଙ୍କ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଗ୍ରହଣୀୟ ନୁହେଁ । ଚାଷୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ବୀମା ରାଶି ପଠାଇବାରେ କୌଣସି ଅବହେଳା ହେଲେ ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ସତର୍କ କରାଇ ଦେଇଛନ୍ତି ।
Comments are closed.