Latest Odisha News

BREAKING NEWS

ଧାରା ୩୭୦ ପୁନଃସ୍ଥାପନ ପାଇଁ ତିଆରି ହେଲା ନୂଆ ମେଂଟ

ନୂଆଦିଲ୍ଲୀ: କଶ୍ମୀରରେ ଧାରା ୩୭୦ ପୁନଃସ୍ଥାପନ ପାଇଁ ଅଧିକାଂଶ ସ୍ଥାନୀୟ ପାର୍ଟି ଏକଜୁଟ ହୋଇଛନ୍ତି । ସେମାନେ ମିଳିତ ଭାବେ ମେଂଟ ଗଠନ କରିବା ସହ ଏହାର ନାମ ପିପୁଲ୍ସ ଆଲିଆନ୍ସ ଫର ଗୁପକାର ଡିକ୍ଲାରେସନ ରଖିଛନ୍ତି । ଏଥିରେ ନ୍ୟାସନାଲ କନଫେରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ମେହବୁବା ମୁଫତି, ସାଜିଦ ଲୋନଙ୍କ ପିପୁଲ୍ସ କନଫେରେନ୍ସ, ଜାଭେଦ ମୀରଙ୍କ ପିପୁଲ୍ସ ମୁଭମେଂଟ ଏକଜୁଟ ହୋଇଛନ୍ତି।

ସିପିଆଇଏମ ଏବଂ ଅନ୍ୟ ଛୋଟ ଛୋଟ ଆଂଚଳିକ ଦଳ ମଧ୍ୟ ତାଙ୍କ ସହ ମିଶିଛନ୍ତି । ଫାରୁକ ଅବଦୁଲ୍ଲାଙ୍କ ଘରେ ଏହି ବୈଠକ ବସିଥିଲା । ୨୦୧୯ ଅଗଷ୍ଟ ୫ ପୂର୍ବରୁ ଥିବା ସମସ୍ତ ଅଧିକାର କେନ୍ଦ୍ର ସରକାର ଫେରାଇ ଦିଅନ୍ତୁ ବୋଲି ସେହ କହିଛନ୍ତି ।

Leave A Reply

Your email address will not be published.