Latest Odisha News

ଏଣିକି ଫାଷ୍ଟ ଟ୍ୟାଗ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

ନୂଆଦିଲ୍ଳୀ: ଚାରି ଚକିଆ ଗାଡି ଚାଳକଙ୍କ ପାଇଁ ଖୁସି ଖବର । ଏଣିକି ଫାଷ୍ଟ ଟ୍ୟାଗ ଥିଲେ ରାଜପଥର ଟୋଲ୍ ଗେଟ୍‌ରେ ମିଳିବ ରିହାତି । ଏନେଇ ମଙ୍ଗଳବାର କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।

ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ମଙ୍ଗଳବାର ଦିନ ଜାତୀୟ ରାଜପଥ ଶୁଳ୍କ ନିୟମ ୨୦୦୮ରେ ସଂଶୋଧନ କରିଛି । ଏହି ସଂଶୋଧନରେ ଯେଉଁ ଫାଷ୍ଟ ଟ୍ୟାଗ୍ ଉପଭୋକ୍ତାମାନେ ୨୪ଘଣ୍ଟା ମଧ୍ୟରେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରି ଫେରି ଆସୁଛନ୍ତି, କେବଳ ସେହିମାନଙ୍କୁ ହିଁ ରିହାତି ମିଳିବ । ଫାଷ୍ଟ ଟ୍ୟାଗ୍ ନଥିଲେ ରିହାତି ମିଳିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ରିହାତି ଦେୟ ପ୍ରି-ପେଡ ଇନଷ୍ଟ୍ରୁମେଣ୍ଟ, ସ୍ମାର୍ଟ କାର୍ଡ ବା ଫାଷ୍ଟ ଟ୍ୟାଗ୍ ଜରିଆରେ ଦିଆଯିବ । ଯଦି ଫାଷ୍ଟ ଟ୍ୟାଗ୍ ଉପଭୋକ୍ତାମାନେ ୨୪ଘଣ୍ଟା ମଧ୍ୟରେ ଫେରୁଛନ୍ତି, ତେବେ ରିହାତି ଦେୟ ପାଇଁ ତାଙ୍କୁ କୌଣସି ରିସିପ୍ଟ ଦେଖାଇବାକୁ ପଡିବ ନାହିଁ । ଆପେ ଆପେ ରିହାତି ଟଙ୍କା ତାଙ୍କ ଆକାଉଣ୍ଟକୁ ଚାଲିଯିବ ।

ସୂଚନା ମୁତାବକ, ଟୋଲ ପ୍ଲାଜାଗୁଡ଼ିକରେ ଗାଡ଼ି ଫି ଆଦାୟ କରିବା ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ ଏଥିପାଇଁ ଅନେକ କାର୍ଯ୍ୟ ମଧ୍ୟ ବିଳମ୍ବ ହେଉଥିଲା । ଏପରି ସମସ୍ୟାକୁ ଦୂର କରିବା ପାଇଁ ଗାଡ଼ିରେ ସ୍ବତନ୍ତ୍ର ଫାଷ୍ଟ ଟ୍ୟାଗ୍ ଲଗାଯିବାର ବ୍ୟବସ୍ଥା କରାଯାଇଥିଲା । ୱାନ୍ ନେସନ୍ ୱାନ୍ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା ଦ୍ବାରା ସାରା ଦେଶରେ ଥିବା ଟୋଲ ପ୍ଲାଜାଗୁଡ଼ିକରେ ଗୋଟିଏ ପଦ୍ଧତିରେ ଟୋଲ ଫି ଆଦାୟ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖି ଏହି ସୁବିଧା ଆଣିଥିଲେ।

Leave A Reply

Your email address will not be published.