Latest Odisha News

BREAKING NEWS

ସୁସ୍ଥତାରେ ଭାଙ୍ଗିଲା ସବୁ ରେକର୍ଡ, ଆଜି ଆରୋଗ୍ୟ ହେଲେ ୩୩୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲଗାତର ତୃତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ପୁଣି ଗୋଟିଏ ଦିନରେ ସର୍ବାଧିକ ୩୩୪୩ ଜଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୬୨୮୧୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୩୨ ଜଣ ଅଛନ୍ତି । ସେହିପରି ତା’ପଛକୁ ଅଛି ସୁନ୍ଦରଗଡ । ଏଠାରୁ ଆଜି ୨୬୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଭଦ୍ରକରୁ ୨୪୫, ଗଂଜାମରୁ ୨୩୮, ରାୟଗଡାରୁ ୨୧୭, କଟକରୁ ୧୮୧, ବାଲେଶ୍ୱରରୁ ୧୫୫, ସମ୍ବଲପୁରରୁ ୧୨୭, ପୁରୀରୁ ୧୨୧, କୋରାପୁଟରୁ ୧୧୯, ମୟୂରଭଂଜରୁ ୧୧୨, ସୋନପୁରରୁ ୧୦୩, ବୌଦ୍ଧରୁ ୮୪, ବରଗଡରୁ ୭୮, କନ୍ଦମାଳରୁ ୬୮, ବଲାଙ୍ଗିରରୁ ୬୫, ନୟାଗଡରୁ ୬୦ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ କଳାହାଣ୍ଡିରୁ ୫୬, ମାଲକାନଗିରିରୁ ୫୪, ଢ଼େଙ୍କାନାଳରୁ ୪୯, ନବରଙ୍ଗପୁରରୁ ୩୬, କେନ୍ଦୁଝରରୁ ୩୪, ଯାଜପୁରରୁ ୩୨, ଗଜପତିରୁ ୨୭, ଅନୁଗୁଳରୁ ୨୨, ଝାରସୁଗୁଡାରୁ ୨୦, କେନ୍ଦ୍ରାପଡାରୁ ୧୯, ଜଗତସିଂହପୁରରୁ ୧୬, ନୂଆପଡାରୁ ୧୧ ଓ ଦେଓଗଡରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.