Latest Odisha News

ନବରାତ୍ରୀରେ ଟ୍ରେନରେ ମିଳିବ ବ୍ରତ ଥାଳି

ନୂଆଦିଲ୍ଲୀ: ନବ ରାତ୍ରୀ ପାଇଁ ରେଳ ମନ୍ତ୍ରଣାଳୟ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ମେନ୍ୟୁ ପ୍ରସ୍ତୁତ କରିଛି । ଏହା ଅନୁସାରେ ନବରାତ୍ରୀ ପାଳନ କରୁଥିବା ଭକ୍ତଙ୍କ ପାଇଁ ବ୍ରତ ଥାଳି ଉପଲବ୍ଧ ହେବ । ରେଳବାଇ ପକ୍ଷରୁ ଏ ନେଇ ଟ୍ୱିଟ କରି ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି । ୨୬ ସେପ୍ଟମ୍ବରରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ଏହି ଥାଳୀ ଉପଲବ୍ଧ ହେବ । ଫୁଡ ଅନ ଟ୍ରାକ ଆପ କିମ୍ବା ୧୩୨୩କୁ କଲ କରି ଏହାକୁ ଯାତ୍ରୀ ଅର୍ଡର କରିପାରିବେ । ଅହମ୍ମଦାବାଦ, ଅମ୍ରିତସର, ଭୋପାଳ, ମୁମ୍ବାଇ, ଗ୍ୱାଲିୟର, ହାଇଦ୍ରାବାଦ, ଜବଲପୁର, କାନପୁର ସମେତ ଦେଶରେ ପ୍ରାୟ ୭୮ଟି ରେଲୱେ ଷ୍ଟେସନରେ ଏହି ବ୍ରତ ଥାଳୀ ଉପଲବ୍ଧ ହେବ ।

ପୂର୍ବରୁ ଆଇଆରସିଟିସି ନବରାତ୍ର ଅବସରରେ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନର ଯାତ୍ରା ଆରମ୍ଭ ହେବା ନେଇ ସବୁଜ ସଙ୍କେତ ଦେଇ ସାରିଛନ୍ତି । ମା ଦୁର୍ଗା ଏବଂ ତାଙ୍କର ନଅ ଅବତାରଙ୍କୁ ସମର୍ପିତ ନବରାତ୍ର ଉତ୍ସବ ଆଜିଠାରୁ ଆରମ୍ଭ ହେଉଛି । ସେଥିପାଇଁ ସାରା ଦେଶରେ ଧିରେ ଧିରେ ପାର୍ବଣର ମାହୋଲ ଦେଖିବାକୁ ମିଳିଲାଣି ।

Leave A Reply

Your email address will not be published.