Latest Odisha News

BREAKING NEWS

ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବିଡିଓ

ବଲାଙ୍ଗିର: ଭିଜିଲାନ୍ସ, ଜାଲରେ ଗୁଡ଼ଭେଲା ବିଡିଓ । ଗୁଡ଼ବେଲା ଭିଡିଓ ବିନୋଦ କୁମାର ନାଏକ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ବିଡିଓ ବିନୋଦ ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ବିନୋଦଙ୍କ ୩ଟି ସ୍ଥାନରେ ରେଡ୍ କରିଛି ।

ଦେଢ଼ ଲକ୍ଷ ଟଙ୍କାର କାମ ପାଇଁ କଣ୍ଟ୍ରାକ୍ଟରଙ୍କ ଠାରୁ ବିଡିଓ ପୂର୍ବରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଏବେ ବ୍ଲକର ନୂଆ କାମ ଯାହାର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ, ସେହି କାମ ପାଇଁ ଲାଞ୍ଚ ନେଉଥିଲେ । ମୋଟ କାମ ମୂଲ୍ୟର ୫ ପ୍ରତିଶତ ଅର୍ଥାତ୍ ଲକ୍ଷେ ୮୦ ହଜାର ଟଙ୍କା ବିଡିଓ ଲାଞ୍ଚ ମାଗିଥିଲେ । ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ସମସ୍ତ ଟଙ୍କା ଜବତ କରିବା ସହ ତଦନ୍ତ କରୁଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗକୁ ଆଖିରେ ରଖି ଭିଜିଲାନ୍ସ ବିନୋଦଙ୍କ ୩ଟି ସ୍ଥାନରେ ରେଡ୍ କରିଛି । ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.