Latest Odisha News

ଝିଅର ବ୍ରେନ ସର୍ଜରୀ ପରେ ପିତା ମଧ୍ୟ ନିଜର ଚୁଟି କାଟିଲେ

ଭୁବନେଶ୍ୱର: ବାପା ଓ ଝିଅର ଗୋଟିଏ ଫଟୋ ଇଣ୍ଟରନେଟରେ ବେଶ୍ ଭାଇରାଲ ହେବାରେ ଲାଗିଛି । ହେଲେ ଫଟୋ ପଛରେ ରହିଥିବା ସତକୁ ଜାଣିଲେ ଆପଣଙ୍କ ହୃଦୟ ବି ଭାଙ୍ଗିଯିବ । ପିତା ଓ ଝିଅର ବନ୍ଧନକୁ ନେଇ ଶବ୍ଦରେ କହିହୁଏନି । ଏହି ସମ୍ପର୍କ ଭିତରେ ଥାଏ ପ୍ରଚୁର ଭଲପାଇବା ।

ଝିଅ ପିତାଙ୍କ ବହୁତ ନିକଟତର ରହିଥାନ୍ତି । ଯେଉଁଥିପାଇଁ ଝିଅ ମଧ୍ୟ ଆଦର୍ଶ ବ୍ୟକ୍ତି ରୂପେ ନିଜ ପିତାଙ୍କୁ ମନ ଭିତରେ ରଖିଥାନ୍ତି । ଝିଅମାନେ ଭାବିଥାନ୍ତି ଯେମିତି ପିତା ଆମକୁ ଭଲପାଆନ୍ତି, ସେମିତି ସମସ୍ତେ ତାଙ୍କୁ ଭଲ ପାଆନ୍ତୁ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଫଟୋକୁ ଦେଖିଲେ ତାହା ସ୍ପଷ୍ଟ ଜାଣିପାରିବେ ।

ଫଟୋରେ ଦେଖାଯାଇଛି ଯେ, ଝିଅର ମୁଣ୍ଡରେ କିଛି ଅଂଶରେ ଚୁଟି ନାହିଁ ଏବଂ ଷ୍ଟିଚ୍ ମାର୍କ ରହିଛି । ପିତାଙ୍କ ମଧ୍ୟ ଚୁଟି ନାହିଁ, ଆଉ ସେହିପରି ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଟ୍ୱିଟରରେ ଫଟୋକୁ ଜଣେ ସେୟାର କରିଛନ୍ତି । ଖବର ଅନୁଯାୟୀ, ଝିଅଟିର ବ୍ରେନ ସର୍ଜରୀ ହୋଇଛି । ଝିଅଟିର ମୁଣ୍ଡରେ କିଛି ଅଂଶ ଚୁଟି କାଟିବା ସହ ଷ୍ଟିଚ୍ କରାଯାଇଛି । ପିତା ଝିଅର ବ୍ରେନ ସର୍ଜରୀ ପରେ ଠିକ୍ ସେହିପରି ଚୁଟି କାଟିବା ସହ ଚିହ୍ନ ରଖିଛନ୍ତି । ଯାହା ଇଣ୍ଟରନେଟରେ ସମସ୍ତଙ୍କୁ ମନକୁ ଛୁଇଁଯାଇଛି ।

Comments are closed, but trackbacks and pingbacks are open.