Latest Odisha News

BREAKING NEWS

ବ୍ରାଉନସୁଗାର ଚାଲାଣରେ ବାପ-ପୁଅ ଗିରଫ, ଦାମି ଗାଡି ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ପରିମାଣ ଓ ବଜାର ମୂଲ୍ୟ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି । ନିଶାଦ୍ରବ୍ୟ ଚାଲାଣରେ ବ୍ୟବହୃତ ହେଉଥିବା ଏକ ଦାମୀ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ।

ବଡ଼ଗଡ଼ ଥାନା ଅନ୍ତର୍ଗତ ମଇଁଷିଖାଲ ବସ୍ତି ଅଞ୍ଚଳରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଚଢ଼ାଉ କରିଥିଲା । ଅଭିଯୁକ୍ତମାନେ ଘରର କବାଟ ନ ଖୋଲିବାରୁ ଅବକାରୀ ଅଧିକାରୀମାନେ କବାଟ ଭାଙ୍ଗି ଘର ଭିତରକୁ ପଶି ବାପ–ପୁଅଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

ବ୍ରାଉନସୁଗାର କେଉଁଠାରୁ ଆସୁଥିଲା, କାହା ପାଖକୁ ଚାଲାଣ ହେଉଥିଲା ଏହାର ଚେର ଆଉ କେଉଁଆଡେ ଲମ୍ବିଛି ସେନେଇ ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଛି ଅବକାରୀ ବିଭାଗ । ଏହି ଘଟଣାରେ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.