Latest Odisha News

BREAKING NEWS

ପ୍ରଭୁ ଶ୍ରୀରାମଙ୍କ ପ୍ରିୟ, ଶନି ଦୋଷ କରିଥାଏ କ୍ଷୟ ଏହି ଗଛ

ନୂଆଦିଲ୍ଲୀ: ସନାତନ ଧର୍ମରେ ପ୍ରକୃତି ସେତିକି ପୁଜନୀୟ ଯେତିକି ଭଗବାନଙ୍କୁ ପୂଜାକରାଯାଏ । ସେଥିପାଇଁ ହିନ୍ଦୁ ଧର୍ମର ସଂସ୍କୃତି ସବୁଠାରୁ ଭିନ୍ନ ଅଟେ । ଆପଣ ଜାଣିଥିବେ ହିନ୍ଦୁ ଧର୍ମରେ ମଧ୍ୟ ଅନେକ ଗଛ ପୂଜା କରାଯାଏ । ପୂଜା କରାଯାଉଥିବା କିଛି ଗଛ ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବାର ରହିଛି । ତେବେ ସେହି ପୂଜା ପାଉଥିବା ବୃକ୍ଷ ଗୁଡିକ ମଧ୍ୟରୁ ଶମି ଗଛ ଗୋଟିଏ । ହିନ୍ଦୁ ଧର୍ମରେ ଶମି ଗଛକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ତୁଳସୀ ଗଛ ଯେପରି ପବିତ୍ର, ଶମି ଗଛ ମଧ୍ୟ ସେହିପରି ପୂଜନୀୟ । ଶମି ଗଛକୁ ଘରେ ଲଗାଇବା ସହ ଏହାର ପୂଜା କଲେ ଶନି ଦୋଷ ମଧ୍ୟ ଦୂର ହୋଇଥାଏ । ଏହା ମଧ୍ୟ ପ୍ରଭୁ ଶ୍ରୀରାମ ଓ ଦେବାଧିଦେବ ମହାଦେବ ଙ୍କର ସବୁଠାରୁ ପ୍ରିୟ ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ଶମି ଗଛ ଲଗାଇବା ଏବଂ ଏହାକୁ ପୂଜା କରିବାର ଲାଭ କ’ଣ?

ଯଦି ଆପଣଙ୍କର ଶନି ସାଢେ ସାତି ଚାଲିଛି କିମ୍ବା ଢାୟା ଚାଲିଛି ଏବଂ ଆପଣ ଶନି ଦଶା ଭୋଗୁଛନ୍ତି ତେବେ ଶନିବାର ଦିନ ଏକ ଶମି ଗଛ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଗଛକୁ ସର୍ବଦା ଘରର ଦକ୍ଷିଣ ପାର୍ଶ୍ୱରେ ଲଗାଇବା ଉଚିତ୍ । ଶନି ଠାକୁର ଶମି ଗଛରେ ରହିଥାନ୍ତି ବୋଲି କୁହାଯାଏ, ତେଣୁ ଶନିବାର ଦିନ ଏହାକୁ ପୂଜା କଲେ ଶନି ଦେବଙ୍କର ସମସ୍ତ ପ୍ରକାରର ଦୋଷରୁ ମୁକ୍ତି ମିଳିପାରିବ ।

ଶାସ୍ତ୍ରରେ କୁହାଯାଇଛି ଯେ, ଶମି ଏପରି ଏକ ବୃକ୍ଷ ଭାବରେ ଗଣିତ ହୁଏ ଯାହା ପାପକୁ ନଷ୍ଟ କରିଥାଏ ଏବଂ ଏହା ଜୀବନର ଅନେକ ମାର୍ଗରେ ସଫଳତା ଆଣିଥାଏ ଆଉ ବିଜୟର ଆନନ୍ଦ ପ୍ରଦାନ କରେ । ରାବଣ ସହିତ ଯୁଦ୍ଧ ପୂର୍ବରୁ ଭଗବାନ ରାମ ଶମି ଗଛକୁ ପୂଜା କରିଥିଲେ ଏବଂ ଜୟ ଲାଭ କରିଥିଲେ ।

ଯଦି ଆପଣଙ୍କ ଜୀବନରେ ଶନି ଦୋଷ ଅଛି ଏବଂ ତାଙ୍କ ଦଣ୍ଡ ସହି ପାରୁନାହାନ୍ତି, ତେବେ ପ୍ରତି ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ଆପଣ ଶମି ଗଛ ସାମ୍ନାରେ ଏକ ଦୀପ ଜାଳିବା ସହ ହାତ ଯୋଡି ପ୍ରାର୍ଥନା କରିବା ଉଚିତ୍ । ଏହା କଲେ ଭଗବାନ ଶନି ଦେବ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କର ଖରାପ ପ୍ରଭାବକୁ ହ୍ରାସ କରନ୍ତି ।

ଶିବ ଲିଙ୍ଗ ଉପରେ ଏହି ବୃକ୍ଷର ପତ୍ରକୁ ଲାଗିକରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ଏହା କଲେ ଶିବ ଠାକୁର ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଆଉ ଶନିବାର ଲାଗିକଲେ ହିଁ ଶନି ଦଶାରୁ ମୁକ୍ତି ପାଇଥାନ୍ତି । କାରଣ ଶନିଙ୍କର ଗୁରୁ ହେଉଛନ୍ତି ଦେବାଧିଦେବ । ତେଣୁ ନିଜ ଗୁରୁଙ୍କ ପାଇଁ ସମର୍ପିତ ମନୋଭାବ ଦେଖି ଶନି ତାଙ୍କ କୁ ଦୃଷ୍ଟି ହଟାଇ ଆପଣଙ୍କ ଉପରେ କୃପା ଦୃଷ୍ଟି ବଜାୟ ରଖିବେ ।

Leave A Reply

Your email address will not be published.