Latest Odisha News

BREAKING NEWS

ରେଞ୍ଜରଙ୍କୁ ଦଳିଦେଲା ଦନ୍ତା

ଭବାନୀପାଟଣା : ଥମୁନି ହାତୀଙ୍କ ଦୌରାତ୍ମ୍ୟ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳା ହାତୀର ଜୀବନ ଯାଉଛି ତ ଆଉ କେତେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି । ଆଜି ଏମିତି କିଛି ଘଟଣା ଘଟିଛି ଭବାନୀପାଟଣାରେ । ରେଞ୍ଜରଙ୍କୁ ଦଳି ଦେଇଛି ହାତୀ  । ନର୍ଲା ରେଞ୍ଜ ରତନପୁର ଗାଁ ନିକଟରେ ହାତୀଟି ରେଞ୍ଜର ପ୍ରଶାନ୍ତ ପାଳଙ୍କୁ ହାତୀ ଆକ୍ରମଣ କରିଛି । ଗତକାଲି ରାତିରେ ଦନ୍ତା ହାତୀଟି ଗାଁରେ ପଶିଥିବାର ଖବର ଦେଇଥିଲେ ଗାଁ ଲୋକ  । ରେଞ୍ଜର ଜଣକ ଘଉଡାଇବାକୁ ଆସିଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।  ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସେପଟେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଆଙ୍କର୍ଦା ଗାଁରେ ବି ଏମିତି କିଛି ଘଟଣା ଘଟିଛି  । ସକାଳୁ ଜଣେ ଚାଷୀ ଧାନ କାଟିବାକୁ ଯାଇଥିବାବେଳେ ଦନ୍ତା ତାଙ୍କୁ କଚାଡି ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଚାଷୀ କାଳନ୍ଦୀ ପ୍ରଧାନଙ୍କୁ  ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବାରମ୍ବାର ବିଭିନ୍ନ ଅଞ୍ଚଳରେ ଏଭଳି ଘଟଣା ଘଟୁଛି  । କିନ୍ତୁ ହାତୀ ଘଉଡାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

Leave A Reply

Your email address will not be published.