Latest Odisha News

BREAKING NEWS

ଘାରିଲା କରୋନା ଭୟ, ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ମାଲକାନଗିରି: କରୋନା ଚଡକରେ ଭୟଭୀତ ଲାଲ ସେନା । କେତେବେଳେ ଭାକ୍ସିନ୍ ଲୁଟୁଛି ତ ପୁଣି କେତେବେଳେ ଯବାନଙ୍କ ରକ୍ତରେ ଖେଳୁଛି ଖୁନୀ ଖେଳ । ହେଲେ ଏହି ଧାରାରେ ଏକ ଚକିତକର ଘଟଣା ସାମ୍ନାକୁ ଆସିଛି । ଲାଲ ସେନାରେ ସାମିଲ ହୋଇ ବିପ୍ଳବୀ ସାଜିଥିବା ଏକ ମାଓ ଦମ୍ପତ୍ତି ଆତ୍ମ ସମର୍ପଣ କରିଛନ୍ତି ।

କରୋନା ଭୟ ହେଉ କି ଅନ୍ୟ କୌଣସି କାରଣ । ଆଜି ବସ୍ତର ଆଇଜି ପି ସୁନ୍ଦର ରାଜଙ୍କ ନିକଟରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ୍ ତାତି ଓ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ କାଙ୍କେର ଜିଲ୍ଲାର ପ୍ରତାପପୁର ଏରିଆ କମିଟିରେ ସକ୍ରିୟ ଥିବା ଏହି ମାଓ ଦମ୍ପତ୍ତି କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ଚିକିତ୍ସା ପାଇଁ ସବୁଆଡେ ବୁଲିବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ଆତ୍ମସମର୍ପଣ କରିଛନ୍ତି ।

ଦୁଇ ମାଓବାଦୀଙ୍କ କରୋନା ଟେଷ୍ଟ ପଜିଟିଭି ବାହାରିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ ପଠାଯାଇଛି । ଏମାନଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଦାୟର ହୋଇଛି । ତଥାପି ମାଓ ଦମ୍ପତ୍ତି ସମାଜର ମୁଖ୍ୟସ୍ରୋତକୁ ଫେରିଥିବାରୁ ଥଇଥାନ ନିୟମାନୁଯାୟୀ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯିବ ବୋଲି ପ୍ରକାଶ କରିଛନ୍ତି ବସ୍ତର ଆଇଜି ।

Leave A Reply

Your email address will not be published.