Latest Odisha News

BREAKING NEWS

କରୋନାକୁ ପରାସ୍ତ କଲେ ୧୦୩ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ

କର୍ଣ୍ଣାଟକ: ବୟସ ୧୦୩ । ପରିଚୟ ଏଚ୍‌.ଏସ୍ ଦୋରସ୍ୱାମୀ । ଦିନେ ଏହି ଗାନ୍ଧିବାଦୀ ଦେଶର ସ୍ୱାଧିନତା ପାଇଁ ସଂଗ୍ରାମ କରିଥିଲେ । ତେବେ ଗତକାଲି ଏହି ସ୍ୱାଧିନତା ସଂଗ୍ରାମୀ କରୋନା ସହ ଲଢି ବିଜୟୀ ହୋଇଛନ୍ତି ।

କରୋନାରେ ସଂକ୍ରମିତ ହୋଇ ଦୋରସ୍ୱାମୀ ଗତ ଶୁକ୍ରବାର ବେଙ୍ଗାଳୁରୁର ଶ୍ରୀ ଜୟଦେବା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଭସ୍କୁଲାର୍ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚରେ ଭର୍ତ୍ତି ହୋଇଥିଲେ । ବେଶ କିଛିଦିନ ଧରି କରୋନା ସହ ଲଢିବା ପରେ ଗତକାଲି ଦୋରସ୍ୱାମୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଜୟଦେବା ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡାକ୍ତର ସି.ଏନ୍ ମଂଜୁନାଥଙ୍କ ଅଧିନରେ ସେ ଚିକିତ୍ସିତ ହେଉଥିଲେ ।

୧୯୧୮, ଅପ୍ରେଲ୍ ୧୦ରେ ଜନ୍ମିତ ଦୋରସ୍ୱାମୀ ଭାରତ ଛାଡ ଆନ୍ଦୋଳନ ଓ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ । ଏକଦା ସ୍କୁଲରେ ଗଣିତ ଓ ଫିଜକ୍ସ ପଢାଉଥିବା ଦୋରସ୍ୱାମୀ ୧୯୪୨ ଜୁନ୍ ମାସରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସ୍ୱାଧିନତା ସଂଗ୍ରାମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.