Latest Odisha News

BREAKING NEWS

RRR କୁ ମିଳିଲା ‘ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଚିତ୍ର’ ସମ୍ମାନ

ନୂଆଦିଲ୍ଲୀ : ବେଷ୍ଟ୍‍ ଇଣ୍ଟରନ୍ୟାସନାଲ ପିକ୍ଚର ଆଓ୍ଵାର୍ଡ ଜିତିଛି ଆରଆରଆର (RRR) । ପ୍ରଶଂସକ କହିଲେ ପୁଣି ରିଲିଜ୍‌ ହେଉ ଏହି ଫିଲ୍ମ  । ଏହି ଫିଲ୍ମଟି ରିଲିଜ ହେବା ପରେ ବହୁ ପ୍ରଶଂସକଙ୍କ ପସନ୍ଦ ଆସିଥିଲା ଏହି ଫିଲ୍ମ  । ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳୀଙ୍କୁ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲରେ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ମିଳିଛି । ଏନେଇ ଫିଲ୍ମକୁ ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲ ଦ୍ୱାରା ‘ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଚିତ୍ର’ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲ ଟ୍ଵିଟର ହ୍ୟାଣ୍ଡଲରେ ରାମ ଚରଣ ଓ ଜୁନିୟର ଏନ୍‌ଟିଆରଙ୍କ ଫଟୋ ସେୟାର କରିଛନ୍ତି । ଏହାର କ୍ୟାପସନରେ ଲେଖିଛନ୍ତି ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ଏହି ଟ୍ୱିଟ୍‌କୁ ନେଇ ଫ୍ୟାନ୍‌ ମାନେ ବିଭିନ୍ନ ମତ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ଦୟାକରି, ଭାରତରେ ଆର୍‌ଆର୍‌ଆର୍‌କୁ ପୁଣିଥରେ ରିଲିଜ୍‌ କର’।

Leave A Reply

Your email address will not be published.