ଭୁବନେଶ୍ବର:ମେଥିରେ ଅନେକ ନ୍ୟୁଟ୍ରିଏଣ୍ଟସ ଭରି ରହିଥାଏ । ଏହାକୁ ପ୍ରତ୍ୟେକ ଦିନ ଖାଇବା ଯୋଗୁ ବ୍ୟକ୍ତିର ପିତ୍ତ,ବାତ, କଫ ଏବଂ ଥଣ୍ଡାଜନିତ ସମସ୍ୟା ଆଦି ଦୂର ହୋଇଥାଏ । ପ୍ରତିଦିନ ରାତିରେ ଗୋଟାଏ ଚାମଚ ମେଥି ଭିଜାଇ ସକାଳୁ ସେହି ପାଣି ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ ।
ମେଥି ଦାନା ଯାହା ଦେଖିବାକୁ ହଳଦୀ ରଙ୍ଗର । ଏଥିରେ ଫାଇବର ,ଭିଟାମିନ୍-ଏ ଓ ଭିଟାମିନ୍ ଡି ଭରପୂର ରହିଥାଏ । ମେଥିରେ ସାଧାରଣତଃ ଆଇରନ୍, କ୍ୟାଲ୍ସିୟମ୍, ମ୍ୟାଗ୍ନେସିୟମ୍, ପଟାସିୟମ୍, ସୋଡ଼ିୟମ୍, ଜିଙ୍କ, ଫସଫରସ୍, ଫଲିକ୍ ଏସିଡ୍ ଓ ମିନରାଲ୍ସ , ଭିଟାମିନ୍ ଏ,ବି,ସି ରହିଛି । ଭରପୂର ମାତ୍ରାରେ ଫାଇବର୍ସ, ପ୍ରୋଟିନ୍, ସୁଗାର୍ ଫସଫୋରିକ୍ ଏସିଡ ଭଳି ନ୍ୟୁଟ୍ରିଏଣ୍ଟ ବି ରହିଛି ।
-ପ୍ରଥମେ ମେଥି ଦାନାକୁ ରାତି ସାରା ପାଣିରେ ଭିଜାଇ ରଖନ୍ତୁ । ତା’ପରଦିନ ସେହି ପାଣିକୁ ଛାଣି ପିଅନ୍ତୁ ।
ଏହା ଡାଇବେଟିସ ରୋଗୀଙ୍କୁ ଅଧିକ ଫାଇଦା ଦେଇଥାଏ ।
-ସୁଗାରକୁ ନିୟନ୍ତ୍ରଣ କରେ ମେଥି ପାଣି । ଏହି ପାଣି ପିଇବା ଦ୍ବାରା ଗ୍ଲୁକୋଜର ମାତ୍ରାକୁ କମ୍ କରି ଡାଇବେଟିସକୁ କଣ୍ଟ୍ରୋଲ ରଖେ । ମେଥିରେ ଫାଇବର ଗୁଣ ଥିବାରୁ ଶରୀରରେ ଚିନିର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ । ପ୍ରତିଦିନ ସକାଳୁ ମେଥି ପାଣି ପିଇବାକୁ ବିଶେଷଜ୍ଞନମାନେ ପରାମର୍ଶ ଦିଅନ୍ତି । କାରଣ ଦିନସାରା ଶରୀରରେ ଥିବା ସୁଗାର ଲେବଲକୁ ନିୟନ୍ତ୍ରଣ କରିରଖିଥାଏ ।
– ନିୟମିତ ଏହି ମେଥି ପାଣିକୁ ପିଅନ୍ତି ତେବେ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରହେ । ଏହା ହାର୍ଟ ରୋଗୀଙ୍କୁ ପାଇଁ ମଧ୍ୟ ଭଲ ।
-ଓଜନକୁ ନେଇ ଚିନ୍ତିତ ଥିବା ବ୍ୟକ୍ତିମାନେ ପ୍ରତିଦିନ ମେଥି ପାଣି ପିଇଲେ ଓଜନ ମଧ୍ୟ ହ୍ରାସ ପାଇଥାଏ । ଅତ୍ୟଧିକ ଭୋକ କମାଇ ଓଜନକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।
-କେଶ ପାଇଁ ମେଥି ପାଇଁ ବେଶ୍ ଲାଭଦାୟକ । ପ୍ରତ୍ୟେକ ଦିନ ମେଥି ପାଣି ପିଇଲେ କେଶ ଶୀଘ୍ର ଧଳା ହୁଏନି । କେଶ ଘନ ଓ କଳା ହୋଇଥାଏ । କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଥାଏ।
-ମେଥି ବ୍ୟକ୍ତିର ହଜମ କ୍ରିୟାକୁ ସକ୍ରିୟ କରିବା ସଙ୍ଗେସଙ୍ଗେ ଏସିଡିଟି ସମସ୍ୟାକୁ ଦୂର କରିଥାଏ। ଏହା ପାଇଲ୍ସ ଜନିତ ସମସ୍ୟାଠାରୁ ଦୂରାଇଥାଏ। ପରିଶ୍ରା ଜନିତ ସମସ୍ୟାଠାରୁ ମଧ୍ୟ ମୁକ୍ତି ଦେଇଥାଏ । ତେଣୁ ନିୟମିତ ମେଥି ପାଣି ପିଅନ୍ତୁ ।
Comments are closed.