Latest Odisha News

BREAKING NEWS

୩ ଦିନ ଯାଏଁ କାଳବୈଶାଖୀ ଆଲର୍ଟ: ଆଜି ବଜ୍ରପାତ ଓ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ। ଆହୁରୀ ୩ ଦିନ ଯାଏଁ କାଳବୈଶାଖୀ ଆଶଙ୍କା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ସାମନ୍ୟ ହ୍ରାସ ପାଇବ ତାତି।

ଆଜି ପାଇଁ ୫ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଓ ରାୟଗଡାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଝଡ ବର୍ଷା ହେଇପାରେ।
ସେହିପରି ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, ବାଲେଶ୍ବର, ଭଦ୍ରକ ଓ ସୁନ୍ଦରଗଡକୁ ୟେଲୋ ସତର୍କତା ଜାରି ହୋଇଛି।

୧୮ ତାରିଖ ପାଇଁ ୯ଟି ଜିଲ୍ଲା ଓ ୧୯ ତାରିଖ ପାଇଁ ୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଏହି ସମୟରେ ବିଜୁଳି ଘଡଘଡି ବର୍ଷା ସହିତ ସର୍ବାଧିକ ୫୦ରୁ ୬୦ କିଲୋମିଟର ଯାଏଁ ପବନ ମଧ୍ୟ ବହିବ। ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା, ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ଆଣିଦେବ। ଅନ୍ୟପଟେ ତାତି ଓ ଆର୍ଦ୍ରତା ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Comments are closed.