ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ଧୀରେ ଧୀରେ ସମାପନ ଆଡକୁ ଯାଉଛି । ଏବେ ୮ଟିମ ମଧ୍ୟରେ ମୁକାବିଲା ସୀମିତ ହୋଇଯାଇଛି । କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହେବା ପରେ ପ୍ରଶଂସକଙ୍କ ନିଦ ହଜିଯାଇଛି । ଦୁଇ ଶକ୍ତିଶାଳୀ ଓ ଟାଇଟଲ ଦାବୀଦାର ବିବେଚନା କରାଯାଉଥିବା ପର୍ତୁଗାଲ ଓ ବ୍ରାଜିଲର ଅଭିଯାନ ପ୍ରିକ୍ୱାର୍ଟରରେ ଶେଷ ହୋଇଯାଇଛି । ସ୍ପେନ ୨-୧ ଗୋଲରେ ପର୍ତୁଗାଲକୁ ଓ ନରୱେ ୨-୧ରେ ବ୍ରାଜିଲଙ୍କୁ ହରାଇ ଦେଇଛି । ଜୁଲାଇ ୧୦ରୁ କ୍ୱାର୍ଟର ଫାଇନାଲ ମୁକାବିଲା ଆରମ୍ଭ ହେବ । ଫ୍ରାନ୍ସ ଓ ମରକ୍କୋ ମଧ୍ୟରେ ଏହି ମ୍ୟାଚ ଖେଳାଯିବ ।
୧୧ରେ ସ୍ପେନ-ବେଲଜିୟମ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ସେହିପରି ୧୨ରେ ନରୱେ ଓ ଇଂଲଣ୍ଡ ଏବଂ ୧୩ରେ ଆର୍ଜେଂଟିନା-ସୁଇଜରଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ୭୨ ବର୍ଷ ପରେ ସୁଇଜରଲାଣ୍ଡ କ୍ୱାର୍ଟରକୁ ଉନ୍ନୀତ ହୋଇଛି । ୧୫ ଓ ୧୬ ଜୁଲାଇରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ୧୯ରେ ତୃତୀୟ ସ୍ଥାନ ଏବଂ ୨୦ରେ ଫାଇନାଲ ମ୍ୟାଚ ଆୟୋଜିତ ହେବ ।