Latest Odisha News

BREAKING NEWS

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ପଞ୍ଚମ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜନତା ମଇଦାନରେ ଡିସେମ୍ବର ୧୫ ତାରିଖରୁ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆଜି ଥିଲା ପଞ୍ଚମ ସନ୍ଧ୍ୟାରେ ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧିନସ୍ଥ ଉନ୍ନୟନ କମିଶନରର ପୂର୍ବାଞ୍ଚଳର ନିର୍ଦ୍ଦେଶକ,ଗୌହାଟି ତଥା କ୍ଷେତ୍ରୀୟ ନିର୍ଦ୍ଦେଶକ (ହସ୍ତଶିଳ୍ପ), କୋଲକାତା ଏସ୍. ବନ୍ଦୋପାଧ୍ୟାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ପ୍ରଣତୀ ଛୋଟରାୟ ଏବଂ ବିଭାଗର ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ ମଧ୍ୟ ଯୋଗ ଦେଇଥିଲେ ।

ଏହି ମେଳାରେ ପଞ୍ଚମ ସାଂସ୍କୃତିକ ସନ୍ଧ୍ୟା ଅବସରରେ ଜାତୀୟ ସ୍ତରର କଣ୍ଠଶିଳ୍ପୀ ସୁରେଶ ୱାଡ଼େକରଦ୍ବାରା ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ , ଶ୍ରୀ ୱାଡ଼େକରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ମେଳା ପ୍ରତ୍ୟହ ଦର୍ଶକମାନଙ୍କ ପାଇଁ ଦିବା ୨.୩୦ ରୁ ରାତ୍ର ୯.୩୦ପର୍ଯ୍ୟନ୍ତ ଖୋଲା ରହୁଛି ଓ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯.୩୦ ପର୍ଯ୍ୟନ୍ତ ମେଳା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।

 

Leave A Reply

Your email address will not be published.