Latest Odisha News

BREAKING NEWS

ଭଦ୍ରକରେ କଡ଼ାକଡ଼ି ହେଲା ସଟ୍‌ଡାଉନ୍‌: ସ୍ଥିତି ପରଖିଲେ ଡିଜିପି

ଭଦ୍ରକ: ସାରା ରାଜ୍ୟରେ ଲକ୍‌ଡାଉନ୍ ଚାଲିଥିବା ବେଳେ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ଚାଲିଛି ସଟ୍‌ଡାଉନ୍ । ଭଦ୍ରକରେ ୩ଟି କରୋନା ପଜିଟିଭ୍ କେସ୍ ଚିହ୍ନଟ ହେବାପରେ ଏବେ ସହରରେ କଡ଼ାକଡ଼ି ଭାବେ ସଟ୍‌ଡାଉନ୍ ପାଳିତ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସଟ୍‌ଡାଉନ୍ କିପରି ସଫଳ ହୋଇପାରିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଥିବା ଲକ୍ଷ୍ୟ କରାଯାଇଛି । ଇତିମଧ୍ୟରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଭଦ୍ରକ ସହର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ।

ଭଦ୍ରକ ସହରରେ କିପରି ସଟ୍‌ଡାଉନ୍ ଚାଲିଛି ଏବଂ ଏଠାରେ କରୋନା ସଂକ୍ରମଣ ରୋକିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ କେଉଁ ପଦକ୍ଷେପ କିପରି ଗ୍ରହଣ କରାଯାଇଛି ତାହାକୁ ପରଖିଛନ୍ତି ଡ଼ିଜିପି । ରବିବାର ଦିନ ସକାଳେ ଡିଜିପି ଅଭୟ ଭଦ୍ରକ ଗସ୍ତରେ ଆସି ସଟ୍‌ଡାଉନ୍ ସ୍ଥିତି ସମ୍ପର୍କରେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳର ପରିସ୍ଥିତି ତଦାରଖ କରିଥିଲେ । ଓଡ଼ିଶା ଡିଜିପିଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ସମୟରେ ଆଇଜି ଦିପ୍ତେଶ୍ ପଟ୍ଟନାୟକ, ଭଦ୍ରକ ଏସପି ରାଜେଶ ପଣ୍ଡିତ ଏବଂ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

??

ଭଦ୍ରକରେ ସଟ୍‌ଡାଉନ୍ ଚାଲିଥିବା ବେଳେ ୧୩ ଜଣ ଯୁବକ ରାସ୍ତାରେ ଅଯଥା ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ ରାସ୍ତାରୁ ଉଠାଇନେଇଥିଲା । ସେମାନଙ୍କୁ ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ରଖାଯାଇଥିବା ନେଇ ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.