Latest Odisha News

BREAKING NEWS

ଲକଡାଉନ ସମୟରେ ବଢୁଛି ଅନଲାଇନ ଫିଟନେସ୍ ଟ୍ରେନିଂ ଚାହିଦା…

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ରହିଛି । ଯାହାଫଳରେ ଜନସାଧାରଣ ଘର ମଧ୍ୟରେ ଏକପ୍ରକାର ବନ୍ଦ ହୋଇରହିଛନ୍ତି ।

ଏପରିକି ବହୁ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ ‘ୱାର୍କ ଫ୍ରମ ହୋମ’ର ସୁବିଧା ଦେଉଛନ୍ତି । ଯେଉଁଥିପାଇଁ ଲୋକମାନଙ୍କର ଦୈନନ୍ଦୀନ ଜୀବନ ପରିବର୍ତ୍ତନ ହେବା ସହ ଫିଟନେସ୍ ପାଇଁ ଚିନ୍ତା ମଧ୍ୟ ବଢୁଛି ।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରମ୍ଭ ହେବାରେ ଲାଗିଛି ଅନଲାଇନ୍ ଫିଟନେସ୍ ଟ୍ରେନିଂ । ଯୁବପିଢିଙ୍କ ମଧ୍ୟରେ ଧିରେଧିରେ ଏହାର ଚାହିଦା ମଧ୍ୟ ବଢିବାରେ ଲାଗିଛି । ଜାଣନ୍ତୁ…

ଅନେକ ଯୋଗ କ୍ଲାସ ଓ ଜିମ୍ ଭଳି ସଂସ୍ଥାଗୁଡିକ ଫେସବୁକ, ୟୁଟ୍ୟୁବ ଆଦି ସୋସିଆଲ ମିଡିଆ ପ୍ଲାଟର୍ଫମରେ ଲାଇଭ ମଧ୍ୟ ଆସୁଛନ୍ତି । ଯେଉଁଠି ଟ୍ରେନର ମାନେ ଏକ୍ସରସାଇଜ ପାଇଁ ବିଭିନ୍ନ କୌଶଳ ଶିଖାଉଛନ୍ତି ।

ଏହିସବୁ ଅନଲାଇନ୍ ମାଧ୍ୟମରେ ମିଳୁଥିବା ଟିପ୍ସକୁ ଦେଖି ଲୋକମାନେ ଯୋଗ ଠାରୁ ଆରମ୍ଭ କରି ମେଡିଟେସନ୍ ଯାଏଁ ଆରାମରେ କରିପାରୁଛନ୍ତି ।

ଏମିତିକି ସୁସ୍ଥ ଓ ଫିଟ୍ ରହିବା ଲାଗି କ’ଣ ଖାଇବେ ତଥା କ’ଣ ନଖାଇବେ, ସେନେଇ ମଧ୍ୟ ସୂଚନା ମିଳିପାରୁଛି ।

Leave A Reply

Your email address will not be published.