Latest Odisha News

BREAKING NEWS

ଆର୍ମେନିଆ-ଆଜରବୈଜାନ ମଧ୍ୟରେ ସଂଘର୍ଷ, ମଧ୍ୟପ୍ରାଚ୍ୟରେ ଅଶାନ୍ତ ପରିବେଶ

ଲଣ୍ଡନ: ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ମଧ୍ୟରେ ମଧ୍ୟ ପ୍ରାଚ୍ୟରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବା ସତ୍ୱେ ତୁର୍କୀ ଓ ରୁଷିଆ ଏହାକୁ ରୋକିବା ବଦଳରେ ଅଶାନ୍ତି ବଢ଼ାଇବାରେ ଲାଗିଛନ୍ତି । ଆଜରବୈଜାନକୁ ତୁର୍କୀ ଏବଂ ଆର୍ମେନିଆକୁ ରୁଷ ସହାୟତା କରୁଛି । ଇତି ମଧ୍ୟରେ ସିରିୟାରୁ ୪୦୦୦ ଜିହାଦୀଙ୍କୁ ତୁର୍କୀ ଆର୍ମେନିଆ ବିରୋଧରେ ଲଢ଼ିବା ପାଇଁ ପଠାଇଛି । ବିବାଦୀୟ ନାଗରନୋ-କାରାବାକ୍ ଅଂଚଳ ଯୋଗୁ ଉଭୟ ଦେଶ ସର୍ବଦା ମୁହା ମୁହିଁ ହୋଇଥାନ୍ତି ।

ଆଜରବୈଜାନ ପ୍ରଥମେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରେ ଯୁଦ୍ଧ ପରିସ୍ଥିିତି ସୃଷ୍ଟି ହୋଇଛି । ବିଭିନ୍ନ ଦେଶ ପକ୍ଷରୁ ଚାପ ପଡିବା ଫଳରେ ରୁଷ ଏବେ ଯୁଦ୍ଧ ବନ୍ଦ କରିବା ପାଇଁ ଆହ୍ୱାନ କରିଛି । ଅପରପକ୍ଷରେ ଆମେରିକା ମଧ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ଅନୁରୋଧ କରିଛି ।

Leave A Reply

Your email address will not be published.